ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସି କୁଲିଂ ହେଲମେଟ ପିନ୍ଧିବେ ଟ୍ରାଫିକ୍ କର୍ମଚାରୀ, ପରୀକ୍ଷାମୂଳକ ଭାବେ ହେଲା ବଣ୍ଟନ

ଭୁବନେଶ୍ଵର, ୨୦/୦୪ : ଟକ୍‌ଟକ୍ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ଵର। ଆଉ ଟାଇଁ ଟାଇଁ ଖରାରେ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ। ମୁଣ୍ଡଫଟା ଖରାରୁ ଆଶ୍ଵସ୍ତି ପାଇଁ ଏବେ ଏସି କୁଲିଂ ହେଲମେଟ ପିନ୍ଧିବେ ରାଜଧାନୀରେ କାର୍ଯ୍ୟରତ ଟ୍ରାଫିକ୍ କର୍ମଚାରୀ। ଶନିବାର 120 ବାଟାଲିୟନ ସାମ୍ନାରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ପରୀକ୍ଷାମୂଳକ ଭାବେ ଏହି ହେଲମେଟ ପ୍ରଦାନ କରାଯାଇଛି। ଏହା ଯଦି ସଠିକ୍ କାର୍ଯ୍ୟ କରେ ତେବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୭୨ଟି ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସ ମାନଙ୍କୁ ଏହି ହେଲମେଟ ଦିଆଯିବ। 

ଏହି ହେଲମେଟକୁ ଥରେ ଇଲେକ୍ଟ୍ରି ଚାର୍ଜ କଲେ ଏହା ଆଠ ଘଣ୍ଟା ଥଣ୍ଡା ଯୋଗାଇବ। ଉତ୍ତରଖଣ୍ଡରେ ଥିବା କରମ ସେଫଟି ପ୍ରାଇଭେଟ ଲିମିଟେଡ ଦ୍ବାରା ଏହି ହେଲମେଟ ତିଆରି କରାଯାଇଛି। ତେବେ ଅହମଦାବାଦ ଏବଂ ବଡୋଦରାରେ ମଧ୍ୟ ଟ୍ରାଫିକ୍ ପୋଲିସମାନେ ଏସି କୁଲିଂ ହେଲମେଟ ବ୍ୟବହାର କରୁଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.