ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଧଓ୍ବନ-କାର୍ତ୍ତିକଙ୍କ ପରେ ଟିମ୍‌ ଇଣ୍ଡିଆର ଅନ୍ୟତମ ବର୍ଷିଆନ ଖେଳାଳି ନେବେ ସନ୍ନ୍ୟାସ! ଖୁବଶୀଘ୍ର କରିପାରନ୍ତି ଘୋଷଣା

ନୂଆଦିଲ୍ଲୀ,୧୪/୦୯: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କେବଳ ଭାରତୀୟ ନୁହେଁ ବରଂ ଅନେକ ବିଦେଶୀ କ୍ରିକେଟର ଅବସର ନେଇସାରିଲେଣି। ଡେଭିଡ ୱାର୍ଣ୍ଣରଙ୍କ ଠାରୁ ଦୀନେଶ କାର୍ତ୍ତିକ ପର୍ଯ୍ୟନ୍ତ ଏବଂ ଶିଖର ଧାୱନ ଓ ମୋଇନ ଅଲିଙ୍କ ଭଳି ଖେଳାଳି ମଧ୍ୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏପରିକି ବିରାଟ କୋହଲି ଏବଂ ରୋହିତ ଶର୍ମା ଟି ୨୦ କ୍ରିକେଟକୁ ବିଦାୟ ଦେଇସାରିଛନ୍ତି। ବର୍ତ୍ତମାନ ଖୁବ୍ ଶୀଘ୍ର ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

୨୦୧୨ ରେ ପାକିସ୍ତାନ ବିପକ୍ଷ ଟି ୨୦ ମ୍ୟାଚରେ ଭୁବନେଶ୍ୱର କୁମାର ଭାରତ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଭୁବନେଶ୍ୱର କୁମାର ଖୁବ୍ ଶୀଘ୍ର ଅବସର ଘୋଷଣା କରିପାରନ୍ତି। ଯଦିଓ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ତଥାପି ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱର ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ନଭେମ୍ବର ୨୦୨୨ ରେ ଅନୁଷ୍ଠିତ ହୋଇଥିବା ଟି ୨୦ ମ୍ୟାଚ୍ ରେ ଭୁବନେଶ୍ୱର କୌଣସି ୱିକେଟ୍ ନେଇପାରିନଥିଲେ ଏବଂ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ସେହି ମ୍ୟାଚ୍ ଟାଇ ଘୋଷିତ ହୋଇଥିଲା।

ଜୁଲାଇ ୨୦୨୩ ରେ ଭୁବନେଶ୍ୱର ତମାମ ଚର୍ଚ୍ଚାରେ ‌ଥିଲେ। କହିରଖୁଛୁ ଯେ, ଏହା ପୂର୍ବରୁ ସେ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ 'ଇଣ୍ଡିଆନ କ୍ରିକେଟର' ଲେଖିଥିଲେ। କିନ୍ତୁ ଗତ ବର୍ଷ ଜୁଲାଇରେ ସେ 'କ୍ରିକେଟର' ଶବ୍ଦକୁ ହଟାଇ ତାଙ୍କ ପ୍ରୋଫାଇଲରେ କେବଳ 'ଇଣ୍ଡିଆନ' ଲେଖାକୁ ଉଲ୍ଲେଖ କରିଥିଲେ। ଯଦିଓ ଏହା ଏହି କ୍ୟାପ୍‌ସନ୍‌କୁ ଅବସରର ସଙ୍କେତ ଭାବରେ ଦେଖାଯାଉଥିଲା, ତେବେ ଏପର୍ଯ୍ୟନ୍ତ ସେ ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଭୁବନେଶ୍ୱର କୁମାର ୨୫ ଡିସେମ୍ବର ୨୦୧୨ ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। କ୍ୟାରିୟରର ପ୍ରଥମ ଓଭରରେ ସେ ପାକିସ୍ତାନୀ ବ୍ୟାଟରମାନଙ୍କୁ ତାଙ୍କ ସ୍ୱିଙ୍ଗର ଜାଲରେ ଫସାଇଥିଲେ। ତାଙ୍କର ପ୍ରଥମ ଓଭରର ଶେଷ ବଲରେ ସେ ନାସିର ଜାମସେଦଙ୍କୁ ଏକ ଇନ୍-ସୁଇଙ୍ଗ୍ ବଲ୍ ବୋଲିଂ କରି କ୍ଳିନ୍‌ ବୋଲ୍ଡ କରିଥିଲେ। ସେ ଏହି ମୁକାବିଲାରେ ୪ ଓଭର ବୋଲିଂ କରିଥିଲେ, ଯେଉଁଥିରେ ଭୁବନେଶ୍ୱର ମାତ୍ର ୯ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.