ନୂଆଦିଲ୍ଲୀ,୧୧।୯: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ ସେନା ଓ ପୋଲିସର ବଡ ଧରଣର ଅପରେସନ୍। କଠୁଆ ଜିଲ୍ଲାରେ ବୁଧବାର ଭାରତୀୟ ସେନାର ସ୍ବତନ୍ତ୍ର ବାହିନୀ ଓ ଜମ୍ମୁ-କଶ୍ମୀର ପୋଲିସ ଏକ ସଫଳ ଅପରେସନରେ ତିନି ଆତଙ୍କବାଦୀଙ୍କୁ ମରିବାରେ ସଫଳ ହୋଇଛି।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ବି ଅପରେସନ୍ ଜାରି ରହିଛି। ଏହି ଅପରେସନ୍ରେ ଭାରତୀୟ ସେନାର ୧ ପାରାସୁଟ୍ ବାଟାଲିଅନ୍, ୨୨ ଗଢଓ୍ବାଲ ରାଇଫଲ୍ ଓ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍(ଏସ୍ଓଜି) ରହିଛନ୍ତି। ସୁରକ୍ଷା ବାହିନୀର ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।
ଉଲ୍ଲେଖନୀୟ ଯେ, ଜମ୍ମୁ-କଶ୍ମୀରରେ ବିଧାନସଭା ତିନୋଟି ପର୍ଯ୍ୟାୟରେ ହେବ। ଏହାର ଆରମ୍ଭ ୧୮ ସେପ୍ଟେମ୍ବରରେ ହେବ। ସୁରକ୍ଷା ବାହିନୀ ନିର୍ବାଚନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ଅପରେସନ୍ କରିଥିଲା।