ନୂଆଦିଲ୍ଲୀ,୨୮/୦୧: ଯେଉଁ ନୀତୀଶ କୁମା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଇଣ୍ଡିଆ ମେଣ୍ଟର ଶୁଭାରମ୍ଭ କରି ପାଟନା, ଦିଲ୍ଲୀରୁ ପଶ୍ଚିମବଙ୍କ ପର୍ଯ୍ୟନ୍ତ ବିରୋଧିଙ୍କୁ ଏକାଠି କରିବାରେ ଲାଗିଥିଲେ, ଆଜି ସେହି ନୀତୀଶ ସରକାର ଏସବୁକୁ ପଛରେ ପକାଇ ବିଜେପି ସାଙ୍ଗରେ ସଙ୍ଗାତ ବସିଛନ୍ତି। ତେବେ ଏଥିରୁ ଜଣାପଡ଼ୁଛି ଯେ, ସେ ତାଙ୍କ ପ୍ରୟାସରେ ସମ୍ପୁର୍ଣ୍ଣ ରୁପେ ସଫଳ ନହେବାରୁ ଶେଷରେ ଦିଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ।
ରବିବାର ମହାମେଣ୍ଟ ଇଣ୍ଡିଆର ହାତ ଛାଡ଼ି ନୀତୀଶ କୁମାର କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟରେ କୌଣସି କାମ ହେଉନାହିଁ, ସେଠାରେ ଅନେକ ସମସ୍ୟା ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛୁ ଯେ, କ'ଣ ଇଣ୍ଡିଆ ମହାମେଣ୍ଟ ଲଢ଼େଇ ପୂର୍ବରୁ ହାରିଯାଇଛି ନା ମେଣ୍ଟକୁ ଏକ ଶକ୍ତ ଝଟ୍କା ଲାଗିଛି? ପ୍ରକୃତ କଥା ହେଉଛି ଯଦି ନୀତୀଶ କୁମାର ଏବଂ ତାଙ୍କ ଦଳକୁ ନେଇ ଇଣ୍ଡିଆ ମିଳିତ ମେଣ୍ଟରେ କଳହ ହୋଇଥାନ୍ତା, ତେବେ କୌଣସି ସମସ୍ୟା ହୋଇନଥାନ୍ତା। କଥା ହେଉଛି ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଆସନକୁ ନେଇ ବୁଝାମଣା ଏବେ ବି ଫସିରହିଛି।
ପଶ୍ଚିମବଙ୍ଗରେ ଫଶିଛି ପେଞ୍ଚ:
ରାହୁଲ ଗାନ୍ଧୀ ନିଜର ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗରେ ପ୍ରବେଶ କରିବାର ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ଘୋଷଣା କରିଥିଲେ ଯେ ସେ କେବଳ ପଶ୍ଚିମବଙ୍ଗରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଟିଏମସି କହିଛି ଯେ ରାଜ୍ୟରେ ରାଜନୈତିକ ସମର୍ଥନ ଆଧାର ଅପେକ୍ଷା କଂଗ୍ରେସ ଦଳ ଅଧିକ ଆସନ ଦାବି କରୁଛି। ଏହା ଉପରେ ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧରୀ ମଧ୍ୟ ଟିଏମସି ସୁପ୍ରିମୋଙ୍କ ବିଷୟରେ ଏପରି ବିବୃତ୍ତି ଦେଇଥିଲେ ଯାହା ମିଳିତ ମଞ୍ଚର ବିରୋଧୀ ଥିଲା। କୁହାଯାଉଛି ଯେ କଂଗ୍ରେସ ଟିଏମ୍ସିକୁ ମନାଇବା ପାଇଁ ଏକ ନୂତନ ପ୍ରୟାସ କରିଛି, କିନ୍ତୁ କେତେ ସଫଳ ହେବ ତାହା କେବଳ ସମୟ କହିବ?
ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ମଧ୍ୟ କୌଣସି ସମ୍ପର୍କ ନାହିଁ:
ଏବେ ଆସନ୍ତୁ ପଶ୍ଚିମବଙ୍ଗରୁ ଉତ୍ତରପ୍ରଦେଶ ଏବଂ ପଞ୍ଜାବକୁ ଯିବା। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଚଳାଉଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମନ କହିଛନ୍ତି ଯେ ତାଙ୍କ ଦଳ ପଞ୍ଜାବରେ କାହା ସହ ଆପୋଷ ବୁଝାମଣା କରିବ ନାହିଁ। ଲୋକସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ଇଣ୍ଡିଆ ଆଲାଇନ୍ସର ସ୍ଥିତି ମଧ୍ୟ ଭଲ ନୁହେଁ। ଗତକାଲି ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଦଳ କଂଗ୍ରେସକୁ ୧୧ ଟି ଆସନ ଦେଇ ମେଣ୍ଟ ଆରମ୍ଭ କରୁଛି। ଏହା ପରେ ସଙ୍ଗେ ସଙ୍ଗେ କଂଗ୍ରେସର ବିବୃତ୍ତି ଆସିଲା, ବର୍ତ୍ତମାନ ଆଲୋଚନା ଚାଲିଛି, ଆମେ ଆସନ ବଣ୍ଟନ ଘୋଷଣା କରିବୁ। ଏହିପରି ଭାବରେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଇଣ୍ଡିଆ ମିଳିତମେଣ୍ଟର ନାଁ ହରାଉଛି।