ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିହାରରେ ଗୋଟିଏ ସପ୍ତାହରେ ଭାଙ୍ଗିଲା ତୃତୀୟ ପୋଲ, ମୋତିହାରୀରେ ନିର୍ମିତ ହେଉଥିଲା ୫୦ଫୁଟର ବ୍ରିଜ୍

ପାଟନା,୨୩/୬ :  ବିହାରରେ ପୋଲ ଭୁଶୁଡ଼ିବା ଘଟଣା ଥମିବାର ନାଁ ଧରୁନି । ଗୋଟିଏ ସପ୍ତାହରେ ତୃତୀୟ ପୋଲ ଧସିଯାଇଛି । ଏଥର ଘଟଣା ମୋତିହାରୀରେ ହୋଇଛି । ଏହା ପୂର୍ବରୁ ଅରରିୟା ଏବଂ ସିବାନରେ ବି ପୋଲ ଭାଙ୍ଗି ଯାଇଛି । ଏହା ନିର୍ମାଣାଧୀନ ପ୍ରୋଜେକ୍ଟ ଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ପାଖାପାଖି ଥିଲା  । 

ସୂଚନା ମୁତାବକ, ଏଥର ପୋଲ ଭାଙ୍ଗିବାର ଘଟଣା ପୂର୍ବ ଚମ୍ପାରଣର ମୋତିହାରୀର ଘୋଡ଼ାସହନ ବ୍ଲକରେ ଚ୍ୟାନପୁର ଷ୍ଟେଶନ ଲାଗି ପହଞ୍ଚିବା ରାସ୍ତାରେ ହୋଇଛି । ଏଠାରେ ଦୁଇ କୋଟି ଟଙ୍କାରେ ନିର୍ମିତ କରାଯାଉଥିଲା ଏହି ପୋଲ । ପୋଲର ଢଳାଇ କାମ କରାଯାଇଥିଲା । ଏହି ପୋଲର ଲମ୍ବା ପ୍ରାୟ ୫୦ଫୁଟର ଥିଲା ।

ପ୍ରକାଶ ଯେ, ବିହାରର ସୀବାନରେ ବି କାଲି ପୋଲ ଭାଙ୍ଗିବା ଘଟଣା ହୋଇଥିଲା । ଏଠାରେ ମହାରାଜଗଞ୍ଜ- ଦରେନ୍ଦା ବିଧାନସଭାର ବର୍ଡ଼ରକୁ ଯୋଡ଼ୁଥିବା ପୋଲ ତାସ୍ ପତ୍ତା ଭଳି ଭାଙ୍ଗି ଯାଇଥିଲା । ଲୋକମାନଙ୍କ କହିବା କଥା ଥିଲା କି ବିନା ବର୍ଷାରେ ପୋଲ ଏହି ଭଳି ଭାବେ କମଜୋର ହୋଇ ଭାଙ୍ଗି ଯାଇଛି, ଏହା ଚିନ୍ତିତ କଲା ଭଳି କଥା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.