ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଅକ୍ଟୋବରରୁ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା, ରାତିରେ ମରାମତି ହେବ ରନ୍‌ ୱେ

ଭୁବନେଶ୍ୱର,୦୮/୦୯: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା । ରାତି ୧୦ଟାରୁ ସକାଳ ୬ଟା କିମ୍ବା ରାତି ୧୧ରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖାଯିବ । ଆସନ୍ତା ଅକ୍ଟୋବର ପହିଲାରୁ ରନ୍‌ ୱେ ମରାମତି କାମ ଯୋଗୁ ଏଭଳି ଭାବେ  ବିମାନ ସେବାକୁ ୮ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।  

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ,  ବିମାନବନ୍ଦର ରନ୍‌ ୱେର ରି-କାର୍ପେଟିଂ କାମ କରିବାର  ସମୟ ଆସିଛି । ବର୍ଷା ଛାଡ଼ିବା ପରେ ହିଁ କାମ କରାଯାଇଥାଏ ।  ଅକ୍ଟୋବର ପହିଲାରୁ ରନ୍‌ ୱେ ରି-କାର୍ପେଟିଂ ବା ମରାମତି  କରାଯିବ । ଏଥିପାଇଁ ପ୍ରାୟ ୩ ମାସ ସମୟ ଲାଗିବ। ରାତିବେଳା କାମ ହେବ । ଏହି କାମରେ ପ୍ରାୟ ୭୨ କୋଟି ଟଙ୍କା  ବ୍ୟୟ କରାଯିବ । ସେହିପରି ରନ୍‌ ୱେରେ କ୍ୟାଟ-୨ ଲାଇଟ  ମଧ୍ୟ ଲଗାଯିବ । ଏ ବାବଦରେ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.