ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ନବମ ଶ୍ରେଣୀ ଛାତ୍ରୀ ମୃତ

ମୁନିଗୁଡ଼ା, ୧୮/୦୩ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍। ନବମ ଶ୍ରେଣୀ ଛାତ୍ରୀ ମୃତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖୁଣ୍ଟବାଡ଼ି ଗ୍ରାମ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ରାଣୀପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଅସୁରପଡାକୁ ଯିବା ପାଇଁ ପାତ୍ରଗୁଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଦୀପ୍ତି କାନ୍ଧପାଣି ଲିଫ୍ଟମାଗି ବାଇକ୍‌ରେ ଯାଉଥିଲେ। ହେଲେ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକ୍‌କୁ ପଛପଟୁ ଏକ ଟ୍ରକ୍ ଧକ୍କାଦେଇଥିଲା।ଫଳରେ ବାଇକ୍‌ରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପୋଲିସ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଗୁରତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ମୁନିଗୁଡା ଓ ଅମ୍ବାଦଳା ପୋଲିସ ପହଁଚିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.