ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନବୀନ ନିବାସରେ ଦଳୀୟ ନେତାଙ୍କ ସହ ସୁପ୍ରିମୋଙ୍କ ଆଲୋଚନା : ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ରଣନୀତିର ସମୀକ୍ଷା

ଭୁବନେଶ୍ୱର, ୨୪।୩: ପଶ୍ଚିମ ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଓ ସମ୍ବଲପୁର ସହ ଉପକୂଳ ଓଡ଼ିଶାର ଯାଜପୁର, ଜଗତସିଂହପୁର, କଟକ ଓ ଢ଼େଙ୍କାନାଳ ଲୋକସଭା ଏବଂ ଏହା ଅଧୀନସ୍ଥ ୪୨ ବିଧାନସଭା ଆସନ ଦଖଲ ଲକ୍ଷ୍ୟରେ ବିଜୁ ଜନତା ଦଳ ପ୍ରସ୍ତୁତ କରିଛି ବଡ଼ ରଣନୀତି। ସମସ୍ତ ଆସନରେ ବିଜେଡିର ବିଜୟ ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ଯୋଦ୍ଧା। 

ଦିନକ ପୂର୍ବେ ପଶ୍ଚିମ ଓଡ଼ିଶାର ତିନି ସଂସଦୀୟ କ୍ଷେତ୍ରରେ ବିଜୟର ପଞ୍ଚଜନ୍ୟ ବଜାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନେତାମାନଙ୍କୁ ମନ୍ତ୍ର ଦେଇଥିବାବେଳେ ଆଜି ଆଉ ୬ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ରଣନୀତି ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ। ଏହା ସହିତ ଗତ ଲୋକସଭା ନିର୍ବାଚନର ସବୁ ତ୍ରୁଟି ବିଚ୍ୟୁତିକୁ ଏଡ଼ାଇ ବିଜୟର ନୂଆ ରେକର୍ଡ଼ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାମାନଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ନିର୍ବାଚନୀ ମନ୍ତ୍ର। ଅନୁରୂପ ଭାବରେ ‘୫-ଟି ‘ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। 

  ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ଅନ୍ୟ ନେତୃବୃନ୍ଦ ନବୀନ ନିବାସରେ ପହଞ୍ଚିଥିଲେ। ଏହା ପରେ ସୁନ୍ଦରଗଡ଼, ଢ଼େଙ୍କାନାଳ ଓ ଅପରାହ୍ନରେ ଯାଜପୁର, ଜଗତସିଂହପୁର, ଢ଼େଙ୍କାନାଳ ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଦଳୀୟ ପର୍ଯ୍ୟବେକ୍ଷକ ଓ ଅନ୍ୟ ନେତାମାନଙ୍କ ସହ ଜଣଜଣ କରି ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିବା ସୁନ୍ଦରଗଡ଼ ଓ ସମ୍ବଲପୁର ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଲୋକସଭା ଆସନ ବିଜୟ ପାଇଁ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଯେଉଁ ଆସନରେ ବିଜେଡ଼ି ଗତ ନିର୍ବାଚନରେ ପରାଜିତ ହୋଇଥିଲା, ସେଠାରେ ବିଜୟ ପାଇଁ ଦଳୀୟ ନେତାମାନଙ୍କୁ କଠୋର ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ, ୫-ଟି ରୂପାନ୍ତରଣ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 

 ସେହିପରି ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ ଦଳୀୟ ନେତାମାନଙ୍କୁ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ଆଗାମୀ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଉଲ୍ଲେଖ କରି ଏଥିପାଇଁ ଅବିରତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନରେ ବିଜେଡ଼ି କ୍ରମାଗତ ଭାବରେ ଷଷ୍ଠଥର ଓଡ଼ିଶାରେ ସରକାର ଗଠନ କରିବ। ଓଡ଼ିଶାକୁ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ଆଗାମୀ ୧୦ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବା ଲାଗି ‘୫-ଟି’ ଅଧ୍ୟକ୍ଷ ଦଳୀୟ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। 

ମିଳିଥିବା ସୂଚନା ଅନୁସାରେ ଆଜି ବୈଠକ ଶେଷ ପରେ ଦଳୀୟ ନେତାମାନେ ନିଜନିଜ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବେ। ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତିଙ୍କଠାରୁ ୱାର୍ଡ଼ସ୍ତରରେ ସକ୍ରିୟ କର୍ମୀଙ୍କ ସହ ସମନ୍ୱୟ ରଖି ନିର୍ବାଚନ ପ୍ରସ୍ତୁତି ଚଳାଇବେ। ଅଧିକରୁ ଅଧିକ ଲୋକଙ୍କୁ ବିଜେଡି ସହିତ ଯୋଡ଼ିବା, ଯୁବବର୍ଗ ତଥା ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ନିର୍ବାଚନ ରଣନୀତି କାର୍ଯ୍ୟକାରୀ କରିବେ। ଦଳ ପ୍ରତି ପ୍ରତିବଦ୍ଧ କର୍ମୀଙ୍କୁ ନେଇ ଆଗକୁ ବଢ଼଼ିବେ ଏବଂ ତାଲିମ ନେଇଥିବା ମାଷ୍ଟରଟ୍ରେନରମାନଙ୍କ ସହ ମିଶି ବୁଥ୍‌‌ସ୍ତରରୁ ଦଳକୁ ଶକ୍ତିଶାଳୀ କରିବେ। ପୂର୍ବରୁ ପ୍ରସ୍ତୁତ ଯୋଜନା ଅନୁସାରେ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା ହେବ ଆଉ ପ୍ରତ୍ୟେକ ଦିନର ବିବରଣୀ ସୁପ୍ରିମୋଙ୍କ ନିକଟକୁ ପାଠାଇବେ। ଏହା ସହିତ ସମ୍ବଲପୁର ଓ ସୁନ୍ଦରଗଡ଼ ଆସନରେ ବିଜୟ ନିମନ୍ତେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବେ। 

ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ବୈଠକରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଭୀମସେନ ଚୌଧୂରୀ, ସଞ୍ଜୟ ବାବୁ, ନଳିନୀକାନ୍ତ ପ୍ରଧାନ, ବିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡାଇ, ମନ୍ତ୍ରୀ ସାରଦା ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ଯୋଗେଶ ସିଂ, ବରିଷ୍ଠ ନେତା ମଙ୍ଗଳା କିସାନ, ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ। ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ବୈଠକରେ ସାଂସଦ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌‌, ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟକ ମୁକେଶ ପାଲ, ବିଧାୟକ ରଜନୀକାନ୍ତ ସିଂ, ବିଧାୟକ ସୁଧୀର ସାମଲ, ସୀମାରାଣୀ ନାୟକ, ନୃସିଂହ ସାହୁ, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁର ସଂସଦୀୟ କ୍ଷେତ୍ର ବୈଠକରେ ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ବରି ବିଧାୟିକା ସୁନନ୍ଦା ଦାସ, ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.