ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ଟିପ୍ପଣୀ କରି ଅଡ଼ୁଆରେ ରାହୁଲ, ନିର୍ବାଚନ କମିଶନରେ ଅଭିଯୋଗ କଲା ବିଜେପି

Image Courtesy: livelaw

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ନେଇ ମନ୍ତବ୍ୟ ଦେଇ ଅଡ଼ୁଆରେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଅରୁଣ ସିଂହଙ୍କ ନେତୃତ୍ବାଧିନ ପ୍ରତିନିଧିମଣ୍ଡଳୀ ଇସିଙ୍କ ଦ୍ବାରସ୍ଥ ହୋଇ ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଇସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ଦିଲ୍ଲୀରେ ଆୟୋଜିତ ଜନସଭାରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଗ୍ରହଣୀୟ ନୁହେଁ । ଏହା କେବଳ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ନୁହେଁ ବରଂ ଗମ୍ଭୀର ପ୍ରଭାବ ପକାଇପାରେ । 

ସେ ଆହୁରି କହିଛନ୍ତି ଯେ, ‘ଗତକାଲି ରାହୁଲ ଗାନ୍ଧୀ କହିଥିଲେ ଏହି ନିର୍ବାଚନ ଗୋଟିଏ ଫକ୍ସ ମ୍ୟାଚ୍‌ । କେନ୍ଦ୍ର ସରକାର ନିର୍ବାଚନ ଆୟୋଗରେ ନିଜର ଲୋକମାନଙ୍କୁ ନିଯୁକ୍ତ କରିଛନ୍ତି । ସେ ଇଭିଏମର ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଆମେ  ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଏବଂ ଇଣ୍ଡି ମେଣ୍ଟର ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିଶନଙ୍କ ପାଖରେ ଗୁହାରୀ କରିଛୁ ।’

 ସେପଟେ ରାହୁଲ ଗାନ୍ଧୀ ବାରମ୍ବାର ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ହରଦୀପ ପୁରୀ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ଏଭଳି ମନ୍ତବ୍ୟ ଦେବାରୁ ରାହୁଲ ନିବୃତ ରହିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି (ରବିବାର) ରାହୁଲ ଗାନ୍ଧୀ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନରେ ଫିକ୍ସିଂ କରିବାକୁ ପ୍ରଚେଷ୍ଟା କରୁଛନ୍ତି ।   ଏଭଳି କରି ବହୁ ଜନମତରେ ନିର୍ବାଚନ ଜିତିବା ସହ ସମ୍ବିଧାନ ସମାପ୍ତ କରିବାକୁ ଚେଷ୍ଟା କରାଯାଉଛି । ଏହା ସହ ମ୍ୟାଚ୍‌ ଫିକ୍ସିଂକୁ ରୋକିବା ଲାଗି ବହୁ ସଂଖ୍ୟାରେ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ରାହୁଲ ଗାନ୍ଧୀ ଅପିଲ ମଧ୍ୟ କରିଥିଲେ । 

  • congress
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.