ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ୬ ମନ୍ତ୍ରାଳୟ ଦେବାକୁ ନାରାଜ ବିଜେପି, ଏଠି କାମ ଦେବନି ଟିଡିପି-ଜେଡିୟୁର ଚାଲାକି !

Image Courtesy: moneycontrol

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପରିଣାମ ଆସିବା ପରେ ଏବେ ନୂଆ ସରକାରକୁ ନେଇ ଚର୍ଚ୍ଚା ଲାଗି ରହିଛି । ନ୍ୟାସନାଲ୍‌ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ)କୁ ବହୁମତ ମିଳିଛି । କିନ୍ତୁ ବିଜେପିକୁ ଏଥର ଏକକ ବହୁମତ ମିଳିପାରି ନାହିଁ । ୨୪୦ ଆସନରେ ଅଟକି ଯାଇଛି ଦଳ । ବିଜେପିକୁ ଏବେ ଏନଡିଏର ଅନ୍ୟ ସହଯୋଗୀଙ୍କ ସାହାରା ନିହାତି ଆବଶ୍ୟକ । ଏହି ତାଲିକାରେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଏବଂ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଆଗରେ ରହିଛି । ଯଦିଓ ଏନଡିଏର ନେତା ଭାବରେ ନରେନ୍ଦ୍ର ମୋଦୀଙ୍କୁ ଚୟନ କରାଯାଇଛି ଏବଂ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି କିନ୍ତୁ ମୋଦୀ 3.0 କ୍ୟାବିନେଟ କିଭଳି ହେବ ତା ଉପରେ ସମସ୍ତଙ୍କ ନଜର  ।

 ବିଭିନ୍ନ ଚର୍ଚ୍ଚା ମଧ୍ୟରେ କିଛି ମିଡିଆ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ବିଜେପି ୬ଟି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ନିଜ ପାଖରେ ରଖିବାକୁ ଚାହୁଁଛି । ଗୃହ, ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରାଳୟକୁ ବିଜେପି ଯେକୌଣସି ପରିସ୍ଥିତିରେ ନିଜ ପାଖରେ ରଖିବାକୁ ପ୍ରୟାସ କରିବ । ସେପଟେ ଟିଡିପି ଏବଂ ଜେଡିୟୁ ନିଜ ନିଜର ଡିମାଣ୍ଡକୁ ନେଇ ଆଗକୁ ଆସିଛନ୍ତି । ନୂଆ ସରକାରରେ ଟିଡିପି ୪ଟି ମନ୍ତ୍ରାଳୟ ଦାବି କରିଥିବା ବେଳେ ଜେଡିୟୁ ୩ଟି ମନ୍ତ୍ରାଳୟ ଲାଗି ଦାବି କରୁଛି । ସେହିଭଳି ଚିରାଗ ପାସଓ୍ବାନ ଦୁଇଟି ମନ୍ତ୍ରୀ ପଦ ଚାହୁଁଛନ୍ତି । ଏଭଳି ସ୍ଥିତି ୨୦୧୪ ଏବଂ ୨୦୧୯ରେ ଏକାକୀ ସରକାର କରିଆସିଥିବା ବିଜେପି ପାଇଁ ଆହ୍ବାନ ସୃଷ୍ଟି ହୋଇଛି ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ୧୬ ସାଂସଦ ଥିବା ଟିଡିପିକୁ ୩ଟି କ୍ୟାବିନେଟ ପଦବୀ ଏବଂ ଗୋଟିଏ ରାଷ୍ଟ୍ର ମନ୍ତ୍ରୀ ସ୍ତରୀୟ ପଦବୀ ମିଳିପାରେ । ୧୨ଟି ସିଟ୍‌ ଜିତିଥିବା ଜେଡିୟୁକୁ ୨ଟି କ୍ୟାବିନେଟ ଏବଂ ଗୋଟିଏ ରାଷ୍ଟ୍ର ମନ୍ତ୍ରୀ ସ୍ତରୀୟ ପଦବୀ ଦିଆଯାଇପାରେ । ସେହିଭଳି ୭ଟି ଆସନରେ ବିଜୟୀ ଏକନାଥ ସିନ୍ଦେଙ୍କ ଦଳ ଶିବସେନା ଏବଂ ୫ ସାଂସଦ ଥିବା ଚିରାଗ ପାସଓ୍ବାନଙ୍କ ଦଳ ଏଲଜେପିକୁ ମନ୍ତ୍ରୀ ପଦ ଦେବାକୁ ବିଚାର ହୋଇପାରେ ।  ବିଜେପି ଗୃହ, ଅର୍ଥ, ପ୍ରତିରକ୍ଷା, ବୈଦେଶିକ ମନ୍ତ୍ରାଳୟ ସମେତ ସଡ଼କ ପରିବହନ, ରେଲଓ୍ବେ ମିନିଷ୍ଟ୍ରି ନିଜ ପାଖରେ ରଖିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ସେପଟେ ସହର ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରାଳୟ, କୃଷି ମନ୍ତ୍ରାଳୟ ଆଦି ଟିଡିପି ଏବଂ ଜେଡିୟୁକୁ ଦେଇପାରେ ବିଜେପି ।

 ସବୁଠୁ ବଡ଼ କଥା ହେଉଛି, ମୋଦୀ 3.0 କ୍ୟାବିନେଟରେ ଗତ ମନ୍ତ୍ରାଳୟ ଗୁଡ଼ିକର ନାମ ପରିବର୍ତ୍ତନ କିମ୍ବା ବିଭାଜନ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ଟିଡିପି ଲୋକସଭା ବାଚସ୍ପତି ପଦର ଡିମାଣ୍ଡ କରୁଥିବା ବେଳେ ଏଥିପାଇଁ ବିଜେପି ରାଜି ନଥିବା କୁହାଯାଉଛି । ଟିଡିପିକୁ ଲୋକସଭାରେ ଉପ-ବାଚସ୍ପତି ପଦ ମିଳିପାରେ । କିନ୍ତୁ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ତାହା ନରେନ୍ଦ୍ର ମୋଦୀ ଶପଥ ନେଲା ପରେ ଜଣାପଡ଼ିବ । 

 

  • BJP
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.