ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସ୍ମୃତି ଇରାନୀ ଖାଲି କଲେ ଦିଲ୍ଲୀ ବଙ୍ଗଳା, କ’ଣ ହେବ ନୂଆ ଠିକଣା ?

ନୂଆଦିଲ୍ଲୀ,୧୧/୭ :  ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀରେ ନିଜ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି । ଆମେଠୀରେ ପରାଜୟ ଏବଂ ପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିବା କାରଣରୁ ନିୟମାନୁସାରେ ସ୍ମୃତିଙ୍କୁ ବଙ୍ଗଳା ଖାଲି କରିବାରେ ଥିଲା । ଗୁରୁବାର ସେ ବଙ୍ଗଳାକୁ ବାଏ ବାଏ କରିଛନ୍ତି । ସ୍ମୃତି ଇରାନୀ ଗତ ୧୦ବର୍ଷରୁ ଦିଲ୍ଲୀର ୨୮ତୁଗଲଗ ଲେନ ସ୍ଥିତ କ୍ରୀସେଣ୍ଟ ବଙ୍ଗଳାରେ ରହୁଥିଲେ । ନୂଆ ଲୋକସଭାର ଗଠନ ପରେ ସମସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା ।

ଏହି ଲୋକସଭା ନିର୍ବାଚନରେ ମୋଦୀ ମନ୍ତ୍ରୀମଣ୍ଡଳର ୧୭ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏଥିରୁ ଏବେ ପର୍ଯ୍ୟନ୍ତ ଆରକେ ସିଂହ, ଅର୍ଜୁନ ମୁଣ୍ଡା, ମହେନ୍ଦ୍ର ନାଥ ପାଣ୍ଡେ, ସ୍ମୃତି ଇରାନୀ, ସଞ୍ଜୀବ ବାଲିୟାନ, ରାଜୀବ ଚନ୍ଦ୍ରଶେଖର, କେଳାଶ ଚୌଧୁରୀ, ଅଜୟ ମିଶ୍ରା ଟେନୀ, ବି ମୁରଲୀଧରନ, ନିଶିତ ପ୍ରାମାଣିକ, ସୁଭାଷ ସରକାର, ସାଧ୍ବୀ ନିରଞ୍ଜନ ଜ୍ୟୋତି, ରାଓସାହେବ ଦାନବେ, କୌଶଲ କିଶୋର, ଭାନୁପ୍ରତାପ ବର୍ମା,କପିଲ ପାଟିଲ, ଭଗଓ୍ବନ୍ତ ଖୁବା,ଭାରତୀ ପାଓ୍ବାରଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳି ସାରିଛି । ଗତ ୫ଜୁନରେ ରାଷ୍ଟ୍ରପତି ପୁରୁଣା ଲୋକସଭା ଭାଙ୍ଗି ଥିଲେ । ଏହାପରେ ନୂଆ ଲୋକସଭା ଗଠନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.