ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଡିଶା ପାଇଁ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ , ରହିଛି ୨୧ ସଂକଳ୍ପ

ଭୁବନେଶ୍ବର, ୫।୫ : ବିଜେପିର ଓଡିଶା ପାଇଁ  ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ଏହାକୁ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି।  ଏହି ଅବସରରେ ନଡ୍ଡା କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟ‌ରେ ରାଜନୀତିର ସଂସ୍କୃତି ଶୈଳୀ, ଧାରାରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପରିବର୍ତ୍ତନ ହୋଇଛି।  ବର୍ତ୍ତମାନ ଦିନରେ ସଂକଳ୍ପ ପତ୍ର ଗୁରୁତ୍ବପୂର୍ଣ୍ଣ। ମୋଦୀଙ୍କ ନେତୃତ୍ବରେ ବିକାଶର ରାଜନୀତି ଚାଲିଛି। ସଂକଳ୍ପ ପତ୍ରରେ ଯାହା ଘୋଷଣା କରିଛୁ, ତାହା ପୂରଣ କରିବୁ। 

ଏହି ସଂକଳ୍ପ ପତ୍ର ଉନ୍ମୋଚନ ବେଳେ  ରାଜ୍ୟ ସଭାପତି ମନମୋହନ ସାମଲ,  ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।  ସଂକଳ୍ପ ପତ୍ରରେ ୨୧ଟି ସଂକଳ୍ପ ରହିଛି। 

 ସଂକଳ୍ପ ପତ୍ରରେ ଦର୍ଶାଯାଇଛି ଯେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଦୁର୍ନୀତି ବରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବ।  ସମସ୍ତ ଯୋଜନା ଆଉ ରାଜସ୍ବ ଓଡ଼ିଶାବାସୀଙ୍କ ନିକଟରେ ସିଧାସଳଖ ପହଞ୍ଚିବ।  ୧୮ ମାସ ମଧ୍ୟରେ ଚିଟ୍ ଫଣ୍ଡ ସ୍କାମରେ ଅଟକି ଥିବା ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବୁ।

 ଏକ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ। ଏହି ନୀତି ଜରିଆରେ  ଧାନ କ୍ବିଣ୍ଟାଲ ପିଛା କ୍ରୟ ଉପରେ ୩୧୦୦ ଟଙ୍କା ଧାର୍ଯ୍ୟ କରିବୁ। ଡିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରାଯିବ।  ବର୍ତ୍ତମାନର କଟଣି-ଛଟଣି ବ୍ୟବସ୍ଥାକୁ ସମାପ୍ତ କରି ସମସ୍ତ ମଣ୍ଡିରେ ଇଲେକ୍ଯୋନିକ ଓଜନ ଯନ୍ତ୍ର ମାଧ୍ୟମରେ ଧାନ କିଣିବୁ ।

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା ଆରମ୍ଭ କରାଯିବ। ଏଥିରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ। ଯାହା ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇପାରିବ।  ରାଜ୍ୟରେ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଭାରତର ସମସ୍ତ ମେଟ୍ରୋ ସହରରେ  ଓଡିଆ  ଭବନ ପ୍ରତିଷ୍ଠା କରିବୁ। 

୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ଏଥିପାଇଁ ୫୦୦ ସ୍ବୟଂ ସହାୟକ ଗୋଷ୍ଟୀର ଏକ ଶିଳ୍ପ କ୍ଲଷ୍ଟର ସୃଷ୍ଟି ହେବ। ପ୍ରତ୍ୟେକ ମତ୍ସଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବୁ।   ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବୁ ବୋଲି ସଂକଳ୍ପ ପତ୍ରରେ ଦର୍ଶାଇଛନ୍ତି। 

ସେହିପରି ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବୁ । ରାଉରକେଲା, ସମ୍ବଲପୁର, ପାରାଦ୍ବୀପ ଓ ଧାମରାକୁ ମିଶାଇ ଶିଳ୍ପ କରିଡର ପ୍ରତିଷ୍ଠା କରାଯିବ।  ରାଜ୍ୟର ୪ଟି ଅଞ୍ଚଳ  ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ବରରେ  ଆଇଟି ପାର୍କ ପ୍ରତିଷ୍ଠା କରିବୁ। 

 ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବୁ। କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନାରେ  କେନ୍ଦୁପତ୍ର କ୍ୟାରି ପିଛା ୨ ଟଙ୍କାରେ କିଣିବୁ। 

ବିଜେପି ସଂକଳ୍ପପତ୍ରରେ ଶ୍ରୀମନ୍ଦିରକୁ ଫୋକସ  ଦେଇଛି। କ୍ଷମତାକୁ ଆସିଲେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କରିବ । ପୁରୀ ପରିକ୍ରମା ଯୋଜନାରେ ଭଙ୍ଗା  ଯାଇଥିବା ମଠଗୁଡିକ ଯଥାରିତ କାର୍ଯ୍ୟକ୍ଷମ ହେବା ପାଇଁ ସହାୟତା କରିବୁ। ରତ୍ନଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ରାଜ୍ୟବାସୀଙ୍କ ନିକଟରେ ରିପୋର୍ଟ ପ୍ରକାଶ କରିବୁ। ବିଶେଷ କରି ଭକ୍ତମାନଙ୍କ ପାଇଁ ଜଗନ୍ନାଥଙ୍କ ଚାରି ଦ୍ବାରା ଖୋଲିବୁ ।

ଏଥିସହ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ଆୟଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବୁ। ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳୀ ଯୋଗାଇବୁ ବୋଲି ସଂକଳ୍ପପତ୍ରରେ ଉଲ୍ଶେଖ କରିଛନ୍ତି।  

  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.