ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାହାଙ୍ଗା ବିଜେପିରେ ନୂଆ ସମୀକରଣ : ସାରଦା ଓ ପ୍ରଭାତ ନିରବ, ସୁମନ୍ତଙ୍କ ଏଣ୍ଟ୍ରି

କଟକ, ୧୯/୦୩ : ମାହାଙ୍ଗା ବିଜେପି କହିଲେ, ସାରଦା ପ୍ରଧାନ ଓ ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ଦୁଇ ସମାନ୍ତରାଳ ସଂଗଠନ। କିନ୍ତୁ ଏଥିରେ ଏବେ ଏଣ୍ଟ୍ରି ମାରିଛନ୍ତି ଯୁବନେତା ସୁମନ୍ତ ଘଡ଼େଇ। ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପରେ ସୁମନ୍ତ ହଠାତ୍‌ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମ ଧରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦିଓ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେବାର ମାତ୍ର ୨୪ ଘଣ୍ଟା ବିତିଛି, କିନ୍ତୁ ଦଳୀୟ ଆଦର୍ଶ ନେଇ ସେ ଗତ ୧୭ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ବୋଲି ତାଙ୍କ ଶିବିର ପକ୍ଷରୁ କୁହାଯାଉଛି । 

୨୦୦୭ରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡ଼ିତ ରହିଆସିଛନ୍ତି ସୁମନ୍ତ । ବିଜେପି ଶିବିରର ନିରବତା ପଛର ରହସ୍ୟ ଏବେ ବି ଅସ୍ପଷ୍ଟ ରହିଛି । କେବଳ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଲେ ସାରଦାଙ୍କୁ ଦେଖିବାକୁ ମିଳୁଛି । ସଂକଳ୍ପ ସମାବେଶ, ମହିଳା ସମାବେଶ ଆୟୋଜନ କରି ରାଜନୈତିକ ମାଇଲେଜ୍‌ ନେବାକୁ ଆଗଭର ହେଉଥିବା ସାରଦା ପୂର୍ବଭଳି ସକ୍ରିୟ ନାହାନ୍ତି ବୋଲି କୁହାଯାଉଛି । ଏମିତିକି ବିଜେପିର ବ୍ଲକ୍‌ ଘେରାଉ କାର୍ଯ୍ୟକ୍ରମରେ ସାରଦାଙ୍କ ଅନୁପସ୍ଥିତି କର୍ମୀଙ୍କ ଶିବିରରେ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା। 

ଅନ୍ୟପକ୍ଷରେ ଭେଟେରାନ୍‌ ପ୍ରଭାତ ମିଶ୍ର କେବଳ ବନ୍ଧୁମିଳନରେ ସୀମିତ ରହିଛନ୍ତି । ଲୋକଙ୍କ ସମସ୍ୟା ନେଇ ଶାସକ ଦଳକୁ ଘେରିବାର ରଣନୀତି ମାହାଙ୍ଗା ବିଜେପି ସମ୍ପୂର୍ଣ୍ଣ ଭୁଲିଯିବା ଭଳି ମନେହେଉଛି । ଏଭଳି ସ୍ଥିତିରେ ମାହାଙ୍ଗା ବିଜେପିରେ ଯୁବନେତା ସୁମନ୍ତଙ୍କ ପ୍ରବେଶ ଚର୍ଚ୍ଚା ସୃଷ୍ଟି କରିଛି । ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ସୁମନ୍ତଙ୍କର ସଂଘରେ ଦବ୍‌ଦବା ରହିଛି । ଏମିତିକି ସଂଘ ସହିତ ଜଡ଼ିତ ରହି ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ବିଜେପି ବ୍ୟାନର୍‌କୁ ଆସିବା ପୂର୍ବରୁ ସୁମନ୍ତ ମାହାଙ୍ଗା ବ୍ଲକ୍‌ ଘେରାଉ ଭଳି ପ୍ରତିବାଦର ନେତୃତ୍ୱ ମଧ୍ୟ ନେଇଥିଲେ । କିନ୍ତୁ ଏବେ ବିଜେପିରେ ଯୋଗ ଦେବା ପରେ ସୁମନ୍ତଙ୍କୁ ସ୍ଥାନୀୟ ନେତୃବୃନ୍ଦ କେମିତି ଗ୍ରହଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.