ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଣ୍ଡିଗଡ଼ରେ ପୁଣି ବାଜି ମାରିଲା ବିଜେପି, ସିନିୟର ଓ ଡେପୁଟି ମେୟର ନିର୍ବାଚନ ହାରିଲା ଆପ୍

ନୂଆଦିଲ୍ଲୀ, ୦୪/୦୩: ଚଣ୍ଡିଗଡ଼ ମହାନଗର ନିଗମର ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀକୁ ହରାଇଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ୧୯ ଭୋଟ୍ ମିଳିଥିବା ବେଳେ ଆପ୍ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ପାଇଛନ୍ତି ୧୭ ଭୋଟ୍ । ଏକ ଭୋଟକୁ ନାକଚ କରି ଦିଆ ଯାଇଛି । ଏଥିସହ ବିଜେପି ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ପଦ ହାତେଇଛି ।

ଭୋଟ୍ ସମୟରେ ବାଲଟ୍ ପେପର୍ ହେରଫେର କରାଯାଇଥିବା ଅଭିଯୋଗ କରି ଆପ୍ ଓ କଂଗ୍ରେସର କାଉନସିଲର ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ନିର୍ବାଚନକୁ ବହିଷ୍କାର କରିଥିଲେ । ନିର୍ବାଚନରେ ବିଜେପିର କୁଲଜିତ୍ ସଂଘୁ ଓ ରାଜିନ୍ଦର ଶର୍ମା ବିଜୟୀ ହୋଇଛନ୍ତି ।

ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ନିର୍ବାଚନରେ ବିଜେପି କୁଲଜିତ୍ ସଂଘୁ ଓ ରାଜିନ୍ଦର ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଭାବେ ବରିଷ୍ଠ ଡେପୁଟି ମେୟର ପ୍ରାର୍ଥୀ ହୋଇଥିଲେ ଗୁରୁପ୍ରୀତ ଗାବି ଓ ଡେପୁଟି ମେୟର ପ୍ରାର୍ଥୀ ହୋଇଥିଲେ ନିର୍ମଳା ଦେବୀ ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ମେୟର କୁଲଦୀପ କୁମାରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ନିର୍ବାଚନ କରାଯାଇଛି । ଏହା ପୂର୍ବରୁ ଫେବ୍ରୁଆରୀ ୨୭ରେ ନିର୍ବାଚନ ହେବାର ଥିଲା । କିନ୍ତୁ ପ୍ରିଜାଇଡିଂ ଅଫିସର ନ ଆସିବାରୁ କଂଗ୍ରେସ କାଉନସିଲର୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ନିର୍ବାଚନ ଘୁଞ୍ଚିଥିଲା । 

ସୂଚନାଯୋଗ୍ୟ, ଚଣ୍ଡିଗଡ଼ ମହାନଗର ନିଗମରେ ମୋଟ ୩୫ କାଉନସିଲର ଅଛନ୍ତି । ଜଣେ ସାଂସଦଙ୍କ ଭୋଟକୁ ମିଶାଇ ୩୬ ଭୋଟ୍ ପଡ଼ିଥାଏ । ଫଳରେ ବହୁମତ ହେଉଛି ୧୯ । ସଂଖ୍ୟା ଗଣିତ ଦେଖିଲେ ଏବେ ବିଜେପି ପାଖରେ ୧୯ ସଦସ୍ୟ ଅଛନ୍ତି । ୩ ଜଣ ଦଳ ବଦଳ କରି ବିଜେପିରେ ସାମିଲ୍ ହୋଇଛନ୍ତି । ଫଳରେ ଆପ୍ ଓ କଂଗ୍ରେସ ପାଖରେ ଏବେ ସଦସ୍ୟ ସଂଖ୍ୟା ୨୦ରୁ ୧୭କୁ ଖସି ଆସିଛି । 

ଏହା ପୂର୍ବରୁ ଫେବ୍ରୁଆରୀରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । ଶୁଣାଣି ସମୟରେ ପ୍ରଧାନ ବିଚାରପତି, ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଅବୈଧ ଘୋଷିତ ସମସ୍ତ ଭୋଟକୁ ବୈଧ କରିବା ସହ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.