ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ’୪୦୦ ପାର୍’ ପ୍ରଚାର ଆମ ରାଜନୈତିକ ଉଦ୍ଦେଶ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଛି: ଛଗନ ଭୁଜବଳ

Image Courtesy: indianexpress

ମୁମ୍ବାଇ: ବିଜେପିର ୪୦୦ ପାର ନାରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିଶେଷ କରି ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ପାଇଁ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏକଥା ଆମେ କହୁନାହୁଁ ବରଂ ରାଜ୍ୟର ମନ୍ତ୍ରୀ ଏବଂ  ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ନେତା ଛଗନ ଭୁଜବଳ ଏହା କହିଛନ୍ତି । ସେ କହିଛନ୍ତି ଯେ, ବିଜେପିର ୪୦୦ ପାର ନାରା ରାଜ୍ୟରେ ବିଜେପି-ଶିବସେନା-ଏନସିପି ମହାୟୁତି ମେଣ୍ଟର ରାଜନୈତିକ ପୃଷ୍ଠଭୂମି ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ସମାଜର ପଛୁଆ ବର୍ଗଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ସମ୍ବିଧାନ ପରିବର୍ତ୍ତନ ନେଇ ସେମାନେ ଆଶଙ୍କା କରୁଛନ୍ତି ।

ଏହା ସହ ସ୍କୁଲ ପାଠ୍ୟପୁସ୍ତକରେ ମନୁସ୍ମୃତି ସାମିଲ କରିବା ଉପରେ ଛଗନ ଭୁଜବଳ ପ୍ରଶ୍ନ କରିଛନ୍ତି । ଏହି ନିଷ୍ପତ୍ତି ସମାଜର ଦଳିତ ଏବଂ ଓବିସି ବର୍ଗଙ୍କୁ ବିଚଳିତ କରିଛି ବୋଲି ସେ କହିଛନ୍ତି । ଭୁଜବଳ ଆହୁରି କହିଛନ୍ତି ଯେ, ‘ ୪୦୦ରୁ ଅଧିକ ସିଟ ଜିତି ବିଜେପି ଶାସନକୁ ଫେରିଲେ ସମ୍ବିଧାନ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ସମାଜର ପଛୁଆ ବର୍ଗ । ’ ଏହାକୁ ନେଇ ନିର୍ବାଚନୀ ପ୍ରଚାର କରିବାକୁ ବହୁ ଆହ୍ବାନ ଉପୁଜିଥିଲା ବୋଲି ସେ କହିଛନ୍ତି । ଆଉ ଏହାର ପ୍ରଭାବ ଚଳିତ ନିର୍ବାଚନରେ ମେଣ୍ଟ ଉପରେ ପଡ଼ିଛି । ମୁମ୍ବାଇରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ଅବସରରେ ଏଭଳି କହିଛନ୍ତି ଏନସିପି ନେତା ଛଗନ ଭୁଜବଳ । 

ସେପଟେ ଇଣ୍ଡିଆନ ନଲେଜ୍ ସିଷ୍ଟମ (ଆଇକେଏସ୍‌) ଅନ୍ତର୍ଗତ ସ୍କୁଲ ପାଠ୍ୟପୁସ୍ତକରେ ମନୁସ୍ମୃତି ସାମିଲ କରିବା ନିଷ୍ପତ୍ତି ଚିନ୍ତାର ବିଷୟ । ଏହା ଉପରେ ରୋକ ଲାଗିବା ଦରକାର । ବର୍ତ୍ତମାନ ହୁଏତ ଏହାର ପ୍ରଭାବ ପଡ଼ିନପାରେ । ହେଲେ ଭବିଷ୍ୟତରେ ଏଥିପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଦାବି କରିଛନ୍ତି ଛଗନ ଭୁଜବଳ ।   ତେବେ ଏନସିପି ଭାଗ ହେବା ପାଖରୁ ଅଜିତ ପାଓ୍ବାରଙ୍କ ସହ ରହିଆସିଛନ୍ତି ଛଗନ । ସେ ଦଳର ସବୁ ନିଷ୍ପତ୍ତିରେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି । ପୂର୍ବରୁ ମରାଠାମାନଙ୍କୁ ଅଧିକ ସଂରକ୍ଷଣ ଦେବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସେ ବିରୋଧ କରିଥିଲେ । ଏପରିକି ରାଜ୍ୟର ବିଭିନ୍ନ ପଲିସି ବିରୋଧରେ ସ୍ବର ଉଠାଇ ଚର୍ଚ୍ଚାକୁ ଆସିଛନ୍ତି ଛଗନ ଭୁଜବଳ ।  

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.