ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଂଲାଦେଶ ସାଂସଦଙ୍କୁ ହତ୍ୟା ଘଟଣା,ଶରୀରରୁ ଚମଡ଼ା ଉତାରି କାଟିଥିଲେ ହତ୍ୟାକାରୀ

ନୂଆଦିଲ୍ଲୀ,୨୪/୫:  ବାଂଲାଦେଶ ସାଂସଦଙ୍କୁ ହତ୍ୟା ମାମଲା। ଏହି ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସାଂସଦ ଅନଓ୍ବାରୁଲ ଆଜିମଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯାଇଥିଲା । ଏହାପରେ ତାଙ୍କ ଶରୀରରୁ ଚମଡ଼ା ଉତାରି ଖଣ୍ଡ ଖଣ୍ଡ କାଟି ଦିଆଯାଇଥିଲା । ଯେମିତି ମାଂସ ନ ସଢିବ ସେଥିପାଇଁ ହଳଦୀ ପକାଇ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ଜଣାପଡିଛି । ତେବେ ଏହି ହାଇପ୍ରୋଫାଇଲ ମର୍ଡରରେ ସାଂସଦଙ୍କ ବନ୍ଧୁଙ୍କ ହାତ ରହିଛି । ସେ ୫ କୋଟି ସୁପାରି ଦେଇ ହତ୍ୟା କରାଇଥିଲେ ।

ଜଣେ କଂସେଇ ତାଙ୍କୁ ହାଣି ଖଣ୍ଡ ଖଣ୍ଡ କରିଥିଲା, ଯିଏକି ବାଂଲାଦେଶରୁ ଆସି ମୁମ୍ବାଇରେ ଅବୈଧ ଭାବେ ରହୁଥିଲା। ଏହା ଏକ ହନିଟ୍ରାପ ମାମଲା ହୋଇଥିବା ମଧ୍ୟ କୁହାଯାଉଛି। ଏନେଇ ସିଆଇଡି ହତ୍ୟାକାଣ୍ଡରେ ଜଡିତ ସେହି କଂସେଇକୁ ଗିରଫ କରିଥିବାବେଳେ ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି । ସୂଚନା ମୁତାବକ, କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ସ୍ଥିତ ଏକ ଫ୍ଲାଟରେ ସାଂସଦ ଆଜିମଙ୍କୁ ହତ୍ୟା କରାଯାଇଥିଲା । ସେହି ଫ୍ଲାଟଟି ଆଜିମଙ୍କ ବନ୍ଧୁଙ୍କର ଥିଲା, ଯିଏ ଏବେ ଆମେରିକାରେ ଅଛନ୍ତି । ପୋଲିସ ସିସିଟିଭି ଫୁଜେଟରୁ ଜାଣିବାକୁ ପାଇଛି ଯେ ଶେଷ ଥର ପାଇଁ ସାଂସଦଙ୍କୁ ସେହି ଫ୍ଲାଟକୁ ଯିବା ସମୟରେ ଦେଖିବାକୁ ମିଳିଥିଲା । ତା' ପରଠୁ ସେ ନିଖୋଜ ହୋଇଯାଇଥିଲେ । ଏହି ବାଂଲାଦେଶୀ ସାଂସଦ ହନିଟ୍ରାପରେ ଫସିଥିବା ଅନୁମାନ କରାଯାଉଛି । ଜଣେ ମହିଳା ତାଙ୍କୁ ଫ୍ଲାଟକୁ ଡକାଇଥିବା ସନ୍ଦେହ କରାଯାଉଛି । ଏହି ମହିଳା ଜଣକ ସାଂସଦଙ୍କ ସେହି ବନ୍ଧୁଙ୍କ ଘନିଷ୍ଠ ଅଟନ୍ତି । ତେବେ ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.