ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ! କୂଅରୁ ଭାଇ, ଭଉଣୀଙ୍କ ମୃତଦେହ ଉଦ୍ଧାର

ବନ୍ତଳା/ଅନୁଗୁଳ, ୧୮।୧: ଅନୁଗୁଳ ବ୍ଲକ୍‌ର ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ । ତିନି ମାସର ଯାଆଁଳା ଶିଶୁଙ୍କ ମୃତଦେହ ଘର ପାଖ କୂଅରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । କଅଁଳ ଯମଜ ଛୁଆ ଦୁଇଟିକୁ କେହି କୂଅକୁ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଥିଲେ ହେଁ ଏହା ପଛର କାରଣ ଅସ୍ପଷ୍ଟ ରହିଛି । ବନ୍ତଳା ଥାନା ଇଲାକା ବସଲା ପଞ୍ଚାୟତ ମୁଣ୍ଡାଢିପ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଦୁଇ ନିଷ୍ପାପ ଶିଶୁଙ୍କୁ କିଏ ଓ କାହିଁକି କୂଅରେ ପକାଇଲା, ବଡ଼ ରହସ୍ୟ ସୃଷ୍ଟି କରିଥିବା ବେଳେ ବନ୍ତଳା ଥାନା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁଦ୍ୱୟଙ୍କୁ ବନ୍ତଳା ମେଡିକାଲ୍‌ରେ ମୃତ ଘୋଷଣା କରିବା ପରେ ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । 

ସୂଚନା ମୁତାବକ, ମୁଣ୍ଡାଢ଼ିପ ଗ୍ରାମର ସୁନିଲ୍‌ ସାହୁ ଓ ପତ୍ନୀ ତପସ୍ୱିନୀ ସାହୁଙ୍କ ତିନି ମାସର ଯମଜ ସନ୍ତାନ- ପୁଅ ସାଇ ଓ ଝିଅ ଶ୍ରଦ୍ଧାଙ୍କ ମୃତଦେହ ଘର ପାଖ କୂଅରୁ ବୁଧବାର ସନ୍ଧ୍ୟାରେ ଉଦ୍ଧାର ହୋଇଛି । ବିବାହର ୧୨ ବର୍ଷ ପରେ ସୁନିଲ୍‌ ଓ ତପସ୍ୱିନୀ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ପାଇଥିଲେ । ସୁନିଲ୍‌ ଛେଣ୍ଡିପଦା ଅଞ୍ଚଳରେ ଏକ କୁକୁଡ଼ା ଦୋକାନ କରିଛନ୍ତି । ସେ ଆଜି ଘରେ ନ ଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ଦୁଇ ଶିଶୁଙ୍କୁ ଘରେ ଶୁଆଇ ତପସ୍ୱିନୀ ପଡ଼ୋଶୀ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ । କିଛି ସମୟ ପରେ ଆସି ଘରେ ଦୁଇ ସନ୍ତାନଙ୍କୁ ବିଛଣାରେ ପାଇ ନ ଥିଲେ । ଖୋଜାଖୋଜି ପରେ ଘର ପାଖ କୂଅରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ କୂଅରୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବନ୍ତଳା ଥାନା ଅଧିକାରିଣୀ ସଙ୍ଗିତା ମହାପାତ୍ର ବନ୍ତଳା ମେଡିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.