ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାବାଳକକୁ ଛୁରୀ ଭୁସି ହତ୍ୟା, କ୍ରିକେଟ ଖେଳକୁ ନେଇ ପୂର୍ବରୁ ହୋଇଥିଲା ଗଣ୍ଡଗୋଳ

ଖଲ୍ଲିକୋଟ ୩୦।୧ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ନାବାଳକ ଆଉ ଜଣେ ନାବାଳକକୁ ମଙ୍ଗଳବାର ସନ୍ଧ୍ୟାରେ ଛୁରୀ ଭୁସୀ ହତ୍ୟା କରିଛି।  ମୃତ ନାବାଳକ ଜଣକ ହେଲେ ରାଜେଶ ଦାସ ।  କ୍ରିକେଟ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। 

 କୈରାଶି ଗ୍ରାମର ଅରୁଣ ଦାସଙ୍କ  ନାବାଳକ ପୁଅ ରାଜେଶ ଦାସ (୧୭)  ସନ୍ଧ୍ୟାରେ ଗ୍ରାମର ସାଗର ବନ୍ଧ ମାଛ ମାର୍କେଟକୁ ଯାଉଥିଲେ। ସେଠାରେ ସୁଯୋଗ ଅପେକ୍ଷା ରେ ଥିବା ଆଉ ଜଣେ ନାବାଳକ ଛୁରୀ ରେ  ରାଜେଶଙ୍କୁ ଆକ୍ରମଣ କରିଥିଲା । ରାଜେଶ ଙ୍କ ପେଟ, ଛାତି ଓ ଗୋଡ଼ ରେ ଛୁରୀ ମାଡ଼ ହୋଇଥିଲା ।ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ତେବେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ଏସ ଆଇ ପାର୍ଥ ପ୍ରତିମ ଦେବତା ମେଡ଼ିକାଲ ରେ ପହଞ୍ଚିଛନ୍ତି । 

ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡିଛି ।ଗତ କିଛି ମାସ ତଳେ କୈରାଶି ଗ୍ରାମରେ କ୍ରିକେଟ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ  ଗଣ୍ଡଗୋଳ ହୋଇଥିଲା । ରାଜେଶ ଦାସ ସମେତ ୪ ଜଣ ନାବାଳକ ଆଜି ଆକ୍ରମଣ କରିଥିବା  ଅଭିଯୁକ୍ତ ନାବାଳକକୁ ହକି ଷ୍ଟିକରେ ପ୍ରବଳ ପିଟୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।ଥାନାରେ ଅଭିଯୋଗ ପରେ ପୋଲିସ ଖଲ୍ଲିକୋଟ ଥାନାରେ  ଏକ ମାମଲା ରୁଜ୍ଜୁ କରି ୪ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠେଇ ଦେଇଥିଲେ ।ତେବେ ମାଡ଼ ଖାଇଥିବା ନାବାଳକ ଜଣକ ପ୍ରତିଶୋଧ ଅପେକ୍ଷା ରେ ଥିଲା ।ଆଜି ସୁଯୋଗ ପାଇ ପ୍ରତିଶୋଧ ନେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ଆହୁରି ପଢନ୍ତୁ : ଯୁବତୀଙ୍କ ଆତ୍ମହତ୍ୟା, ମୃତକଙ୍କ ପରିବାର ପକ୍ଷରୁ ହତ୍ଯା ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.