ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀର ବେକ କାଟିବା ଘଟଣା, ଅଭିଯୁକ୍ତ ଭାଇ ମୃତ

ବ୍ରହ୍ମପୁର, ୨୦/୦୮ : ରକ୍ଷା ବନ୍ଧନ ଉତ୍ସବରେ ଦୁଇ ଭାଇ-ଭଉଣୀଙ୍କ ଗଳା କାଟିବା ଘଟଣା। ଅଭିଯୁକ୍ତ ସମ୍ପର୍କୀୟ ଭାଇ ମୃତ। ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥ ବିହାରରେ ଭଉଣୀ ପ୍ରଜକ୍ତା ପାଣିଗ୍ରାହୀର ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତ ସମ୍ପର୍କୀୟ ଭାଇର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ (୨୪ ବର୍ଷ)। ସୋମବାର ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଭାଇ ଆଶୁତୋଷ ବସ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧିବ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ, ସୋମବାର ଥିଲା ରକ୍ଷା ବନ୍ଧନ ଉତ୍ସବ। ବଡ଼ବଜାର ଥାନା ଜଗନ୍ନାଥ ବିହାର ୭ମ ଲାଇନ ବାସିନ୍ଦା ଦୁର୍ଗା ପ୍ରସାଦ ପାଣିଗ୍ରାହୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ଘରେ ଆୟୋଜନ କରିଥିଲେ। ସାନଭାଇ ସତ୍ୟନାରାୟଣ, ପ୍ରଦୀପ ଓ ରବୀନ୍ଦ୍ର ପରିବାର ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତଳ ଘରେ ଶ୍ରାଦ୍ଧ ଦିବସ କାର୍ଯ୍ୟ ଚାଲିଥିଲା । ୪ ଭାଇଙ୍କର ପୁଅ ଓ ଝିଅ ଉପର ଘରେ ଖେଳୁଥିଲେ । ସତ୍ୟନାରାୟଣଙ୍କ ପୁଅ ଆଶୁତୋଷ, ସାନଭାଇ ପ୍ରଦୀପର ପୁଅ ଆୟୁଷ୍ମାନ ଓ ଆଉଜଣେ ସାନ ଭାଇର ଝିଅ ପ୍ରଯକ୍ତା ଗୋଟିଏ ରୁମ୍‌ରେ ଥିଲେ । ଅପରାହ୍ନ ସାଢ଼େ ୨ଟାରେ ଉପର ମହଲାରୁ ହଠାତ୍‌ ଚିତ୍କାର ଶୁଣା ଯାଇଥିଲା । ସମସ୍ତେ ଉପର ମହଲାକୁ ଯାଇ ଦେଖିଲେ ଛାତି ଥରାଇଦେବା ଭଳି ଦୃଶ୍ୟ । ଘର ସାରା ରକ୍ତ । ଆୟୁଷ୍ମାନ ଓ ପ୍ରଯକ୍ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଗୁରୁତର ଭାଇ ଭଉଣୀଙ୍କୁ ପ୍ରଥମେ ସିଟି ହସ୍ପିଟାଲ୍‌ ନିଆଯାଇଥିଲା । ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରଯୁକ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆୟୁଷ୍ମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । 

ଅଘଟଣ ବେଳେ ଉପର ମହଲାରେ ଆଶୁତୋଷ ନ ଥିଲା । ସନ୍ଧ୍ୟାରେ ସେ ଏକ ଓଏସ୍‌ଆର୍‌ଟି ବସ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଖବର ପାଇଥିଲେ ପରିବାର ଲୋକ । ଆଶୁତୋଷ ବସ୍‌ ଆଗକୁ ଡେଇଁ ପଡ଼ିଥିଲା। ଡ୍ରାଇଭର ବ୍ରେକ୍‌ ଦେବାକୁ ଚେଷ୍ଟା କଲେ ବି ସଫଳ ହୋଇନଥିଲେ । ଆଶୁତୋଷଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଖୋଲିବ। ଅନ୍ୟପକ୍ଷରେ ସମ୍ପତ୍ତି ବିବାଦରୁ ଏହି ହତ୍ୟା ହୋଇଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.