ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତ-ବାଂଲାଦେଶ ବର୍ଡରରେ ଆର୍ଲଟ, କୋଲକାତାରେ ପହଁଞ୍ଚିଲେ ବିଏସ୍ଏଫ୍ ଡିଜି

ନୂଆଦିଲ୍ଲୀ,୫।୮: ପଡୋଶୀ ଦେଶ ବାଂଲାଦେଶରେ ଗତ ଏକ ମାସରୁ ଅଧିକ ସମୟ ହେବ ବିରୋଧ ପ୍ରଦର୍ଶନ ଚାଲିଛି। ସ୍ଥିତି ଖରାପ ହେବାପରେ  ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପଦରୁ ଇସ୍ତଫା ଦେବା ପରେ ଶେଖ୍ ହାସିନା ତାଙ୍କ ଭଉଣୀଙ୍କ ସହ ସ୍ବତନ୍ତ୍ର ହେଲିକଫ୍ଟରରେ ଭାରତ ଆସୁଥିବା କଥା ଜଣାପଡିଛି। ଏବେ କ୍ଷମତା ଦଖଲ କରିଛି ସେନା। ପଡୋଶୀ ରାଷ୍ଟ୍ରର ଆଇନ ବ୍ୟବସ୍ଥାର ସ୍ଥିତିକୁ ଦେଖି ବିଏସ୍‌ଏଫ୍‌ ଭାରତ-ବାଂଲାଦେଶ ସୀମାରେ ହାଇ ଆର୍ଲଟ ଜାରି କରିଛି। 

ବିଏସ୍ଏଫ୍ ଡିଜି ମଧ୍ୟ କୋଲକାତାରେ ପହଁଞ୍ଚି ଯାଇଛନ୍ତି।ଭାରତ ଓ ବାଂଲାଦେଶ ସୀମା ୪,୦୯୬ କିଲୋମିଟର ଲମ୍ବା ରହିଛି। ବିଏସ୍‌ଏଫ୍‌ ସୀମାର ସବୁ ୟୁନିଟ୍‌କୁ ଆର୍ଲଟ ଜାରି କରିଛି। ଭାରତ ସରକାର ଯାତ୍ରା ପରାମର୍ଶ ଜାରି କରି ନିଜ ନାଗରିକଙ୍କୁ ବର୍ତ୍ତମାନ ବାଂଲାଦେଶ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଶହ ଶହ ବିକ୍ଷୋଭକାରୀ ଧସେଇ ପଶିବା ପରେ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଛି। ସଂରକ୍ଷଣ ନିଆଁରେ ଜଳୁଥିବା ପଡୋଶୀ ରାଷ୍ଟ୍ରରେ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୩୦୦ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ମାତ୍ର ରବିବାର ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶର ଭୟଙ୍କର ସ୍ଥିତି ଦେଖି ଶେଖ ହସିନା ସୁରକ୍ଷା ମାମଲା ରାଷ୍ଟ୍ରୀୟ କମିଟିର ବୈଠକ ଡାକିଥିଲେ। ଯେଉଁଥିରେ ସେ ସେନା, ନୌସେନା,ବାୟୁସେନା, ପୋଲିସ, ରାପିଡ ଆକ୍ସନ ବାଟାଲିଅନ୍, ବର୍ଡର ଗାର୍ଡ ବାଂଲାଦେଶ ଓ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀ ଥିଲେ।

  • PrameyaOdia
  • india
  • Bangladesh
  • Indian Army
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.