ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ ହେଲେ ବିଏସପି ସାଂସଦ ଦାନିଶ ଅଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସାଂସଦ ଦାନିଶ ଅଲିଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସାଂସଦଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଣିଛି ବିଏସପି ।  ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରା ଆମ୍ରୋହା ଲୋକସଭା ସାଂସଦ ଦାନିଶ ଅଲିଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ସତୀଶ ଚନ୍ଦ୍ର ମିଶ୍ର ଏହି ଚିଠିରେ ଲେଖିଛନ୍ତି ଯେ, ଦାନିଶ ଅଲିଙ୍କୁ ଦଳର ନୀତି, ଆଦର୍ଶ ଏବଂ ଶୃଙ୍ଖଳା ବିରୁଦ୍ଧରେ କୌଣସି ବିବୃତ୍ତି ନଦେବାକୁ ଅନେକ ଥର କୁହାଯାଇଛି, କିନ୍ତୁ ସେ କ୍ରମାଗତ ଭାବରେ ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି।

ଏଥିସହ ସତୀଶ ମିଶ୍ରା ଚିଠିରେ ଲେଖିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଅନୁରୋଧ କ୍ରମେ ଆପଣଙ୍କୁ ଆମ୍ରୋହାରୁ ବିଏସପି ପ୍ରାର୍ଥୀ ଭାବରେ ଟିକେଟ ଦିଆଯାଇଥିଲା । ଦେବ ଗୌଡା ଆଶ୍ବାସନା ଦେଇଥିଲେ ଯେ, ବିଏସପି ଟିକେଟ୍ ପାଇବା ପରେ ଆପଣ ଦଳର ସମସ୍ତ ନୀତି ଏବଂ ନିର୍ଦ୍ଦେଶ ପାଳନ କରିବେ ଏବଂ ଦଳର ସ୍ୱାର୍ଥରେ କାର୍ଯ୍ୟ କରିବେ । ଆପଣ ମଧ୍ୟ ତାଙ୍କୁ ଏହା ପୁନରାବୃତ୍ତି କରିଥିଲେ, କିନ୍ତୁ ସେହି ଆଶ୍ୱାସନାକୁ ଭୁଲି, ଆପଣ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.