ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ତେଲୁଗୁ ଷ୍ଟାର ନାଗାର୍ଜୁନଙ୍କ କନଭେନ୍ସନ ସେଣ୍ଟର ଉପରେ ଚାଲିଲା ବୁଲଡୋଜର , ବେଆଇନ ନିର୍ମାଣର ଅଭିଯୋଗ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ପ୍ରସିଦ୍ଧ ତେଲୁଗୁ ଅଭିନେତା ନାଗାର୍ଜୁନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ହାଇଦ୍ରାବାଦ ବିପର୍ଯ୍ୟୟ ମୁକାବିଲା ଏବଂ ସଂପତ୍ତି ସଂରକ୍ଷଣ ଏଜେନ୍ସି ହାଇଡ୍ରା (HYDRA) ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ହାଇଡ୍ରା ନାଗାର୍ଜୁନଙ୍କ କନଭେନ୍ସନ ହଲ୍‌ରେ ବୁଲଡୋଜର ଚଲାଇଛି। ହାଇଡ୍ରା ଓ ପୁଲିସର ଏହି ମିଳିତ ଆକ୍ସନରେ କନଭେନ୍ସନ ହଲ୍‌କୁ ଧ୍ୱଂସ କରି ଦିଆ ଯାଇଛି। ଏହି ହଲ୍‌ ରଙ୍ଗାରେଡ୍ଡୀ ଜିଲ୍ଲାର ଶିଳ୍ପରାମମ ନିକଟରେ ତିଆରି କରାଯାଇ ଥିଲା। 

ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ,ସେ ତୁମ୍ମିଡିକୁଣ୍ଟା  ହ୍ରଦର ଲ୍ୟାଣ୍ଡରେ ବେଆଇନ ଭାବେ ଏହି ନିର୍ମାଣ କରିଥିଲେ। ଅନ୍ୟପଟେ ଅଭିନେତା ନାଗାର୍ଜୁନ HYDRAର ଏହି ଆକ୍ସନ ଉପରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଆଧାରରେ, ରଙ୍ଗାରେଡ୍ଡି ଜିଲ୍ଲାର ଶିଳ୍ପରାମମ ନିକଟରେ ମାଧାପୁରରେ ଏକ ହାଇଟେକ୍ ସିଟି ପାଖରେ N-କନଭେନସନ୍ ସେଣ୍ଟର ନିର୍ମାଣ କରିଥିଲେ। କନଭେନସନ ସେଣ୍ଟର ୬.୬୯ ଏକର ଭୂମିରେ ନିର୍ମାଣ ହୋଇଥିଲା। 

ଅଭିଯୋଗ ଥିଲା ଯେ , କନଭେନସନ ସେଣ୍ଟର ପାଇଁ ତୁମ୍ମିଡିକୁଣ୍ଟା ହ୍ରଦର ୩.୩୦-୪.୪୦ ଏକର ଜମି ବେଆଇନ ଭାବେ ଅଧିଗ୍ରହଣ କରାଯାଇଥିଲା । ତୁମ୍ମିଡିକୁଣ୍ଟା ହ୍ରଦ ୨୯ ଏକରେ ବିସ୍ତୃତ ଥିଲା । ହେଲେ  ଅଭିନେତା ନାଗାର୍ଜୁନ ଏହାକୁ ଅସ୍ୱୀକାର କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.