ପ୍ରମୂଖ ଖବର

ବସ- ପିକଅପ ଭ୍ୟାନ ମଧ୍ୟରେ ଧକ୍କା : ବସ ଡ୍ରାଇଭର ମୃତ

ମାଲକାନଗିରି/କାଲିମେଳା, ୧୮।୩ :   ମାଲକାନଗିରି ଜିଲ୍ଲା ଏମଭି୭୯ ରୁ ବିଶାଖାପାଟଣା ଯାଉଥିବା ଓଏସଆରଟିସି ବସ ଓ ପିକପ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ବସ ଚାଳକ ମୃତ୍ୟୁ ଘଟିଥିବା ବେଳେ ପିକଅପ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।

 ମାଲକାନଗିରି ଜିଲ୍ଲାର ଏମଭି ୭୯ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଓଏସଆରଟିସି ସରକାରୀ ବସ ଟି ୩୨୬ ଜାତୀୟ ରାଜପଥ ଦେଇ ଆସୁଥିଲା। କାଲିମେଳା ଥାନା ଅନ୍ତର୍ଗତ ଏମଭି ୨୩ ଗ୍ରାମ ନିକଟ ପେଟ୍ରୋଲ ପମ୍ପ ଠାରେ ମାଲକାନଗିରିରୁ କାଲିମେଳା ଅଭିମୁଖେ ଯାଉଥିବା ଏକ ପିକଅପ ସହ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ପିକଅପରେ ଥିବା ପାଇପ ଗୁଡିକ ବସ ମଧ୍ୟକୁ ପଶି ଯାଇଥିବା ବେଳେ ଘଟଣା ସ୍ଥଳରେ ବସ ଚାଳକ ଆର ଭି ରାଓଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ଦୁର୍ଘଟଣାରେ ପିକଅପ ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ କିଛି ବସ ଯାତ୍ରୀ ସାମାନ୍ୟ  ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ କାଲିମେଳା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଧ୍ୟାର କାର୍ଯ୍ୟ ଜାରି ରଖିଛନ୍ତି। ଡ୍ରାଭରର ମୃତ ଶରୀର ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.