ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ତାଇୱାନରେ ଭୂକମ୍ପ ସମୟରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ନିଖୋଜ, ଖୋଜୁଛି ସୁରକ୍ଷା ଏଜେନ୍ସି…

Published By : Prameya | April 3, 2024 5:44 PM

ନୂଆଦିଲ୍ଲୀ: ତାଇୱାନରେ ଘଟିଥିବା ଭୂକମ୍ପ ସମୟରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏବେ ନିଖୋଜ ରହିଛି । ଏ ନେଇ କାହାରି ପାଖରେ କୌଣସି ସୂଚନା ନାହିଁ । ତାଇୱାନର ସୁରକ୍ଷା ଏଜେନ୍ସିମାନେ ଏହାର ସନ୍ଧାନରେ ଲାଗି ପଡିଛନ୍ତି । ତାଇୱାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏକ ଶକ୍ତିଶାଳୀ ଭୂକମ୍ପ ଫୋନ୍ ନେଟୱାର୍କକୁ ଧକ୍କା ଦେବା ପରେ ମିନିବସରେ ଯାତ୍ରା କରୁଥିବା ୫୦ ଜଣ ଯାତ୍ରୀଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ଏହାକୁ ନେଇ ଚିନ୍ତାରେ ସ୍ଥାନୀୟ ପ୍ରଶାସନ । ସେହି ଲୋକମାନେ କେଉଁଠାରେ ଏବଂ କେଉଁ ଅବସ୍ଥାରେ ଅଛନ୍ତି ସେ ନେଇ ପ୍ରଶାସନ ଚିନ୍ତାରେ ରହିଛି ।  

ସୂଚନାଥାଉକି, ଆଜି ( ବୁଧବାର) ତାଇୱାନରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା, ଯାହା ଫଳରେ ସମଗ୍ର ଦ୍ୱୀପ ଦୋହଲି ଯାଇଥିଲା । ଭୂକମ୍ପ ଯୋଗୁଁ ଅନେକ ଆକାଶ ଛୁଆ କୋଠା ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ତାଇୱାନର କେନ୍ଦ୍ରୀୟ ପାଣିପାଗ ବିଭାଗ କହିଛି ଯେ ବୁଧବାର ସକାଳେ ତାଇୱାନର ରାଜଧାନୀ ତାଇପେଇରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ ସୁନାମିର ପ୍ରଥମ ଲହର ଏହାର ଦୁଇଟି ଦକ୍ଷିଣ ଦ୍ୱୀପକୁ ଆସିଛି। ଜାପାନ ଓକିନାୱା ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ପାଇଁ ସୁନାମି ଚେତାବନୀ ଦେଇଛି । ଆହୁରି ମଧ୍ୟ, ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । 

ଭୂକମ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ତାଇୱାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୭.୨ ମାପ କରାଯାଇଛି । ତାଇୱାନରେ ହୋଇଥିବା ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସାଂଘାଇ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.