ନୂଆଦିଲ୍ଲୀ,୧୮।୯: କାନାଡାପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଲିବରାଲ ପାର୍ଟିର ମନଟ୍ରିୟାଲ ସିଟ୍ରେ ହୋଇଥିବା ଉପ-ନିର୍ବାଚନରେ ଶୋଚନୀୟ ପରାଜୟ। ଏହାପରେ ଏବେ ଟ୍ରୁଡୋଙ୍କ ଗାଦି ପ୍ରତି ବିପଦ ରହିଛି ବୋଲି କୁହାଯାଉଛି। ଏହି ଆସନ ତାଙ୍କ ଦଳର ଗଡ ବୋଲି କୁହଯାଏ।ତଥାପି ମଧ୍ୟ ଟ୍ରୁଡୋ ଲଜ୍ଜାଜନକ ଭାବରେ ପରାଜିତ ହୋଇଛନ୍ତି। ସଂଘୀୟ ଉପ-ନିର୍ବାଚନରେ ଅପମାନଜନକ ପରାୟଜନର ସାମନା କରିବା ପରେ ଟ୍ରୁଡୋ ସରକାରଙ୍କ ବିରୋଧରେ ବିରୋଧି ଦଳ ଗତ ସପ୍ତାହରେ ଅନସ୍ଥା ପ୍ରସ୍ତାବ ଆଣିବାର ଯୋଜନା କରୁଛି।
ସୋମବାର ଜାରି ଫଳାଫଳରେ କୁହାଯାଇଥିଲା, ଶାସକ ଲିବରାଲ ପାର୍ଟି ପ୍ରାର୍ଥୀ ଲାରା ଫିଲିସ୍ତୀନିଙ୍କୁ ବିଚ୍ଛିନ୍ନବାଦୀ ବ୍ଲକ୍ କ୍ୟୁବେକାଇନ୍ର ପ୍ରାର୍ଥୀ ଲୁଇ-ଫିଲିପ୍ସ ସର୍ଭେ ହରାଇ ଦେଇଛନ୍ତି। ଏହି ଉପ ନିର୍ବାଚନରେ ଲୁଇ-ଫିଲିପ୍ ସର୍ଭେଙ୍କୁ ୨୮% ଭୋଟ୍ ମିଳିଛି। ସେଭଳି ଲିବରାଲ ପାର୍ଟିର ପ୍ରାର୍ଥୀ ଲାରା ଫିଲିସ୍ତିନିଙ୍କୁ ୨୭.୨% ଭୋଟ ମିଳିଛି। ତୃତୀୟ ସ୍ଥାନରେ ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ରହିଛନ୍ତି, ତାଙ୍କୁ ୨୬.୧ % ଭୋଟ ମିଳିଛି।
ଏହି ଆନରେ ଉପ-ନିର୍ବାଚନ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଓ ଲିବରାଲ ପାର୍ଟିର ସାଂସଦ ଡେଭିଡ୍ ଲୌମିଟ୍ଙ୍କ ଇସ୍ତଫା କାରଣରୁ ହୋଇଛି। ସେ ଚଳିତ ବର୍ଷ ଆରମ୍ଭରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ସେ ୨୦୨୧ ରେ ସଙ୍ଘୀୟ ନିର୍ବାଚନରେ ପ୍ରାୟ ୨୦% ବ୍ୟବଧାନରେ ଜିତିଥିଲେ। କାନାଡାର ଶାସକ ଦଳ ପାଇଁ ଏହା ତିନି ମାସ ମଧ୍ୟରେ ଦ୍ବିତୀୟ ବଡ ପରାଜୟ। ଏହା ପୂର୍ବରୁ ଜୁନ୍ରେ ଲିବରାଲ ପାର୍ଟି ଟରୋଣ୍ଟୋ ଭଳି ସୁରକ୍ଷିତ ସ୍ଥାନରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ଦୁଇଟି ପରାଜୟ ପରେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଡୁଆ ବଢି ଯାଇଛି। କାରଣ ଗତ ବର୍ଷ ଅକ୍ଟୋବରରେ ସଂଘୀୟ ନିର୍ବାଚନର ହେବାର ଅଛି।