ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କ୍ୟାପିଟାଲ ହସ୍ପିଟାଲ୍‌ରେ ମନ୍ଥର ଗତିରେ ଚାଲିଛି ‘କ୍ୟାନସର୍‌ କେୟାର୍‌ ସେଣ୍ଟର୍‌’ କାମ, ଆହୁରି ୯ ମାସ ମାଗିଲା କମ୍ପାନୀ

ଭୁବନେଶ୍ୱର,୧୩/୦୬: କ୍ୟାପିଟାଲ ହସ୍ପିଟାଲରେ ମନ୍ଥର  ଗତିରେ ନିର୍ମାଣ ଚାଲିଛି ‘କ୍ୟାନସର୍‌  କେୟାର୍‌ ସେଣ୍ଟର୍‌’ । ୨୦୨୪ ଜୁଲାଇ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଏବେ ସୁଦ୍ଧା କେବଳ ଏହାର ବେସ୍‌ମେଣ୍ଟ କାମ ସରିଛି । ଅର୍ଥାତ ମାତ୍ର ୩୦ ପ୍ରତିଶତ କାର୍ଯ୍ୟ ସରିଛି । ତେଣୁ ନିର୍ମାଣ କାର୍ଯ୍ୟ  ତ୍ୱରାନ୍ୱିତ କରିବା ଲାଗି ପୂର୍ତ୍ତ ବିଭାଗ ଚେତାବନୀ ଦେଇଛି । ହେଲେ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା କମ୍ପାନୀ ଆହୁରି ୯ ମାସ ସମୟ ମାଗିଛି ।  

ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା  ଅନୁଯାୟୀ, ଦିଲ୍ଲୀର ‘ସମ୍‌’ କମ୍ପାନୀ  ୨୦୨୨ ଏପ୍ରିଲରେ ନିର୍ମାଣ ଦାୟିତ୍ୱ  ନେଇଛି । ହେଲେ ସମ୍‌ କମ୍ପାନୀକୁ  ଜାଗା ହସ୍ତାନ୍ତର ଓ ଗଛ କାଟିବା  ଅନୁମତି ଦେବାରେ ରାଜ୍ୟ ସରକାର  ବିଳମ୍ବ କଲେ । ତେଣୁ ନିର୍ମାଣ କାର୍ଯ୍ୟ  ବିଳମ୍ବ ହୋଇଛି ବୋଲି କମ୍ପାନୀ  ତା’ର କାରଣ ଦର୍ଶାଅ ରିପୋର୍ଟରେ  ଦର୍ଶାଇଛି । ଏହି କ୍ୟାନ୍‌ସର୍‌ ସେଣ୍ଟର୍‌  ପାଇଁ ମୋଟ ୫୦ କୋଟି ଟଙ୍କାର  ବଜେଟ୍‌ କରାଯାଇଛି । ହେଲେ ନିର୍ମାଣ  ପାଇଁ ୩୬ କୋଟି ଟଙ୍କା ରଖାଯାଇଛି । ଏହି ସେଣ୍ଟରରେ ୫୦ ଶଯ୍ୟା ରହିବ ।  ଏହି ଅଟ୍ଟାଳିକା ବିପ୍ଲସ୍‌ଜି ପ୍ଲସ୍‌-୨  ଗ୍ରେଡ୍‌ର ହୋଇଥିବାବେଳେ ଏହାର  ମୋଟ କ୍ଷେତ୍ରଫଳ ୧୨ ଶହ ବର୍ଗ  ମିଟର ରହିଛି ।

ଏହା ହେଲେ ଏହା କ୍ୟାନ୍‌ସର  ୟୁନିଟ୍‌ରୁ ଲେବଲ୍‌-୨ ବର୍ଗର  ମାନ୍ୟତା ପାଇବ । ବର୍ତ୍ତମାନ ବିଲ୍ଡିଂର  ବେସ୍‌ମେଣ୍ଟ କାର୍ଯ୍ୟ ସରିଛି । କ୍ୟାନସର  ରୋଗୀଙ୍କୁ କେମୋଥେରାପି ସହ  ରେଡିଏସନ୍‌ ଚିକିତ୍ସା କରାଯିବ ଯେଉଁଥିପାଇଁ ସ୍ୱତନ୍ତ୍ର ବଙ୍କର୍‌ ନିର୍ମାଣ ବ୍ୟବସ୍ଥା ରହିଛି । ବଙ୍କର ହେଲେ  ରେଡିଏସନ୍‌ର କ୍ଷତି ଅନ୍ୟ ଲୋକଙ୍କ  ଉପରେ ପଡିବ ନାହିଁ । ଏହାଛଡ଼ା ଆଇସିୟୁ, ହାଇଏଣ୍ଡ ଡାୟାଲିସିସ୍‌  ଆଦି ଅତ୍ୟାଧୁନିକ ଚିକିତ୍ସା ସେବା  ମିଳିବ । ଏହି ସେଣ୍ଟର କାର୍ଯ୍ୟକାରୀ  ହେଲେ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ପ୍ରତିଷ୍ଠାନ ଉପରେ କ୍ୟାନ୍‌ସର  ରୋଗୀଙ୍କ ଭାର କମିବ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.