ପ୍ରମୂଖ ଖବର

CBSEର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ଓ୍ବେବ୍‌ସାଇଟ୍‌ରେ ମାର୍କ ଦେଖିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୩/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିବିଏସ୍‌ଇ ଦ୍ୱାଦଶ  ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ନିଜର ଫଳ ଦେଖିପାରିବେ । ଫଳାଫଳ ଜାଣିବା ପାଇଁ CBSE ଓ୍ବେବ୍‌ସାଇଟ୍‌ cbse.gov.in ନଚେତ୍ cbseresults.nic.in କୁ ଯାଇପାରିବେ । ଏହା ସହିତ ଡିଜିଲକର୍‌ ଆପ୍‌ କିମ୍ବା ଏହାର ଓ୍ବେବ୍‌ସାଇଟ୍‌ digilocker.gov.in କୁ ଯାଇ ମାର୍କ ସିଟ୍‌ ଡାଉନଲୋଡ୍‌ କରିପାରିବେ । ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି। 

ଗତବର୍ଷ ତୁଳନାରେ ଚଳିତ ବର୍ଷ ୦. ୬୫ ପ୍ରତିଶତ ପିଲା ପାସ୍ ହୋଇଛନ୍ତି । ଏଥର ବି ସିବିଏସଇ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୧୨ ପ୍ରତିଶତ ରହିଛି । 


ବୋର୍ଡ ସୂଚନା ମୁତାବିକ, ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୧୬,୩୩,୭୩୦ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬,୨୧,୨୨୪ ପରୀକ୍ଷା ଦେଇଥିଲେ। ସୋମାନଙ୍କ ମଧ୍ୟରୁ ୧୪,୨୬,୪୨୦ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.