ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀର ନାଁ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟରର ନାଁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏଣିକି ପୋର୍ଟ ବ୍ଲେୟର ନୁହେଁ ବରଂ ଶ୍ରୀ ବିଜୟପୁରମ ଭାବରେ ଜଣାଯିବ ଆଣ୍ଡାମାନର ରାଜଧାନୀ ।  ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ସୂଚନା ଦେଇଛନ୍ତି । ଅମିତ ଶାହ ଲେଖିଛନ୍ତି, ‘ପରାଧୀନତାର ସବୁ ପ୍ରତୀକ ପାଖରୁ ଦେଶକୁ ମୁକ୍ତି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପରୁ ପ୍ରେରିତ ହୋଇ ଆଜି ଗୃହ ମନ୍ତ୍ରାଳୟ ପୋର୍ଟ ବ୍ଳେୟର ନାଁ ‘ଶ୍ରୀ ବିଜୟ ପୁରମ’ କରିବାକୁ ନିର୍ଣ୍ଣୟ ନେଇଛି ।’


ସେ ଆହୁରି ଲେଖିଛନ୍ତି, ‘ଶ୍ରୀ ବିଜୟ ପୁରମ ନାମ ଆମର ସ୍ବାଧୀନତା ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ ଓ ନିକୋବରର ଯୋଗଦାନକୁ ଦର୍ଶାଉଛି । ଆମ ଦେଶର ସ୍ବାଧୀନତା ଏବଂ ଇତିହାସରେ ଏହି ଦ୍ବୀପର ଭୂମିକା ଅଦ୍ବିତୀୟ । ଚୋଳ ସାମ୍ରାଜ୍ୟ ଲାଗି ନୌସେନା ବେସ ପାଲଟିଥିବା ଆଣ୍ଡାମାନ ଆଜି ଦେଶର ସୁରକ୍ଷା ଓ ବିକାଶକୁ ଗତି ଦେବା ଲାଗି ପ୍ରସ୍ତୁତ ।  ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ତ୍ରିରଙ୍ଗା ଉଡ଼ାଇବା ପାଖରୁ ଆରମ୍ଭ କରି ସେଲୁଲାର ଜେଲରେ ରହି ବୀର ସାବରକର ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଲଢ଼େଇର ଭୂମି ଥିଲା ଏହି ଦ୍ବୀପ ।’  

ଏହା ପୂର୍ବରୁ ୨୦୧୮ରେ ଆଣ୍ଡାମାନ ଓ ନିକୋବର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩ଟି ଦ୍ବୀପର ନାମ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ଏହି ସମୟରେ ହେବଲକ୍‌, ନୀଲ ଏବଂ ରାସ୍ ଦ୍ବୀପର ନାଁ ପରିବର୍ତ୍ତନ କରିଥିଲେ ମୋଦୀ ସରକାର । ହେବଲକ ଦ୍ବୀପ ଏବେ ସ୍ବରାଜ ଦ୍ବୀପ, ନୀଲ ଦ୍ବୀପକୁ ସହିଦ ଦ୍ବୀପ ଏବଂ ରାସ୍‌ ଦ୍ବୀପ  ଏବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ଭାବରେ ଜଣାଯାଉଛି ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.