ନୂଆଦିଲ୍ଲୀ: ପ୍ରସାରଣ ସେବା ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର। ବିସ୍ତୃତ ଆଲୋଚନା ପରେ ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେସନ୍ ବିଲର ନୂତନ ଡ୍ରାଫ୍ଟ ଜାରି କରାଯିବ ବୋଲି କୁହାଯାଇଥିଲା। ଏଥିପାଇଁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପରାମର୍ଶ ଲୋଡିଛନ୍ତି। ଗତ ବର୍ଷ ନଭେମ୍ବରରେ ସରକାର ବ୍ରଡକାଷ୍ଟିଂ ସର୍ଭିସେସ୍ (ରେଗୁଲେସନ୍) ବିଲ୍-2023 ର ଡ୍ରାଫ୍ଟ ପ୍ରକାଶ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ପ୍ରସାରଣ କ୍ଷେତ୍ର ପାଇଁ ଏକ ଆଇନଗତ ଢାଞ୍ଚା ଆଣିବା ଏବଂ OTT (ଡିଜିଟାଲ୍ ପ୍ଲାଟଫର୍ମ) ବିଷୟବସ୍ତୁ, ଡିଜିଟାଲ୍ ନ୍ୟୁଜ୍ ଏବଂ ସାମ୍ପ୍ରତିକ କାର୍ଯ୍ୟକୁ ଏହାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା । ଏହାର ଦ୍ୱିତୀୟ ଡ୍ରାଫ୍ଟ ଚଳିତ ବର୍ଷ ଜୁଲାଇରେ ପ୍ରସ୍ତୁତ କରାଯାଇଥିଲା।
ବ୍ରଡକାଷ୍ଟିଂ ବିଲ୍ ୨୦୨୪କୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ ଯେ ସଂଶୋଧିତ ଡ୍ରାଫ୍ଟ ସଂସଦରେ ଆଗତ କରାଯିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଗୁପ୍ତ ଭାବେ ଲିକ୍ କରାଯାଇଥିଲା । ଡିଜିଟାଲ୍ ନ୍ୟୁଜ୍ ପବ୍ଲିଶର୍ସ ଏବଂ ଇଣ୍ଡିଭିଜୁଆଲ୍ କଣ୍ଟେଣ୍ଟ କିଏଟର୍ସ ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲେ ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ଡ୍ରାଫ୍ଟ ବିଲ୍ ଉପରେ କଷ୍ଟମ୍ବରଙ୍କ ସହ ମନ୍ତ୍ରଣାଳୟ ଅନେକ ପରାମର୍ଶ ନେଇଛି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ମନ୍ତବ୍ୟ ଏବଂ ପରାମର୍ଶ ଖୋଜିବା ପାଇଁ ଅତିରିକ୍ତ ସମୟ ଦିଆଯାଉଛି। ବିସ୍ତୃତ ପରାମର୍ଶ ପରେ ଏକ ନୂତନ ଡ୍ରାଫ୍ଟ ପ୍ରକାଶ ପାଇବ। ମନ୍ତ୍ରଣାଳୟ ବ୍ରଡକାଷ୍ଟିଂ ସର୍ଭିସେସ୍ (ରେଗୁଲେସନ୍) ବିଲ୍ ର ଡ୍ରାଫ୍ଟ ଉପରେ କାମ କରୁଛି।
ବ୍ରଡକାଷ୍ଟିଂ ବିଲ୍ର ବର୍ତ୍ତମାନ ଡ୍ରାଫ୍ଟ ଅନୁସାରେ ଡିଜିଟାଲ୍ ବା OTT ପ୍ଲାଟଫର୍ମ ଯେପରି କି ୟୁଟ୍ୟୁବ୍, ଏକ୍ସ, ଫେସ୍ବୁକ୍, ଇନଷ୍ଟାଗ୍ରାମ୍, ନେଟ୍ଫ୍ଲିକ୍ସ, ପ୍ରାଇମ୍ ଭିଡିଓରେ ପ୍ରସାରିତ ହେବାକୁ ଥିବା କେଣ୍ଟେଣ୍ଟକୁ ସରକାର ରେଗୁଲେଟ୍ କରିଥାନ୍ତେ ।
ଡ୍ରାଫ୍ଟର ପ୍ରାବଧାନରେ କୁହାଯାଇଛି ଯେ ଡିଜିଟାଲ୍ ପ୍ଲାଟଫର୍ମରେ ନ୍ୟୁଜ୍ ପ୍ରସାରଣ କରୁଥିବା ପବ୍ଲିସର୍ସକୁ ଡିଜିଟାଲ୍ ନ୍ୟୁଜ୍ ବ୍ରଡକାଷ୍ଟର୍ସ କୁହାଯିବ । ଡ୍ରାଫ୍ଟରେ ଡିଜିଟାଲ୍ ବ୍ରଡକାଷ୍ଟର୍ସ ପାଇଁ ଏକ ନୂଆ ନିୟାମକ ବ୍ରଡକାଷ୍ଟିଂ ଅଥରିଟି ଅଫ୍ ଇଣ୍ଡିଆ ଗଠନର ପ୍ରସ୍ତାବ ଥିଲା । ଏହା ବ୍ୟତୀତ ସେଲ୍ଫ ରେଗୁଲେସନ୍ ପାଇଁ ଟୁ-ଟିୟର ସିଷ୍ଟମ୍ ପ୍ରସ୍ତାବ ଏହି ଡ୍ରାଫ୍ଟରେ କରାଯାଇଥିଲା । ସେଲ୍ଫ ରେଗୁଲେସନ ପାଇଁ ଟୁ-ଟିୟର ସିଷ୍ଟମ ଅନୁକରଣ ନକରିଲେ ସରକାରଙ୍କ ହସ୍ତକ୍ଷେପର ପ୍ରାବଧାନ ଡ୍ରାଫ୍ଟରେ ଥିଲା ।