ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ଅନ୍ତିମ ପର୍ଯ୍ୟାୟ ମତଦାନ: ବୁଥ ମୁହାଁ ପୁଲିଂ ପାର୍ଟି, ସୁରକ୍ଷା ପାଇଁ ମୁତୟନ ହେବେ ୧୨୫ କମ୍ପାନୀ CAPF

ଭୁବନେଶ୍ୱର ୩୦/୦୫: ସନ୍ଧ୍ୟାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ପଡିବ ପୂର୍ଣ୍ଣଛେଦ। ବୁଥ ମୁହାଁ ପୁଲିଂ ପାର୍ଟି।  ଜୁନ୍ ୧ ଅର୍ଥାତ ଶନିବାର ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ସୂଚନା ମୁତାବିକ, ଚତୁର୍ଥ ପର୍ଯାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ। ପୁରୁଷ ଭୋଟର ୫୦.୮୮ ଲକ୍ଷ, ମହିଳା ଭୋଟର ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟର ୬୦୮୭ ଜଣ । ସେହିଭଳି ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦ ପ୍ରତିଶତ ଆଦର୍ଶ ବୁଥ । ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି ।  ୬୬ ଲୋକସଭା ପ୍ରାର୍ଥୀ, ୩୯୪ ବିଧାନସଭା ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନ ପରିଚାଳନରେ ୧୨୫ କମ୍ପାନୀ CAPF ମୁତୟନ ହେବେ । ଯାଜପୁରରେ ୨୦, ବାଲେଶ୍ୱରରେ ୨୨, କେନ୍ଦ୍ରାପଡ଼ାରେ ୧୮, ଭଦ୍ରକରେ ୧୬, ଜଗତସିଂହପୁରରେ ୧୨, ମୟୂରଭଞ୍ଜରେ ୧୮, କଟକରେ ୧୨, ପୁରୀରେ ୭ କମ୍ପାନୀ ମୁତୟନ କରାଯାଇଛି । PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥ୍‌ରେ ମୋବାଇଲ ମନା । ଏଜେଣ୍ଟ ଓ ଭୋଟର ବୁଥ୍‌କୁ ମୋବାଇଲ ନେଇପାରିବେ ନାହିଁ । କେବଳ ପ୍ରିଜାଇଡିଂ ଅଫିସର ମୋବାଇଲ ନେଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.