ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ପଦ୍ମ ଧରିବେ ଚମ୍ପାଇ ସୋରେନ, ଦିଲ୍ଲୀରେ ଅମିତ୍ ଶାହଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୭/୮:ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌। ଆସନ୍ତା ୩୦ ତାରିଖ ଅର୍ଥାତ ଶୁକ୍ରବାର ଦିନ ସେ ବିଜେପିରେ ମିଶିବେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା। ତେବେ ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।

ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନ୍‌ଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି। ଏଥିସହ ସେଲେଖିଛନ୍ତି ଯେ,''ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ଭେଟେରାନ ଆଦିବାସୀ ନେତା ଚମ୍ପାଇ ସୋରେନ  କିଛି ସମୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଭେଟିଥିଲେ। ସେ ଅଗଷ୍ଟ ୩୦ ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ।''ତେବେ ଚମ୍ପାଇ ସୋରେନ୍‌ଙ୍କ ସମେତ ଜେଏମ୍‌ଏମ୍‌ରେ ଅନେକ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ସେପଟେ,ଜେଏମ୍‌ଏମ୍‌ ପୂରା ସଫା ହୋଇଯିବ। ଆନ୍ଦୋଳନରୁ ଗଠିତ ଜେଏମ୍ଏମ୍ ବର୍ତ୍ତମାନ କେବଳ ଦଲାଲଙ୍କ କବଳରେ ଅଛି ବୋଲି ବିଜେପି ନେତା ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.