ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାନ୍ଦି ଭଣ୍ଡାରରେ ରଜ ସଜ କଲେକ୍ସନ୍‌, ଗଢ଼ା ମଜୁରୀରେ ୨୦% ଯାଏ ରିହାତି

ଭୁବନେଶ୍ୱର,୦୮/୦୬: ରୁପା ଗହଣାର ଏକ୍ସକ୍ଲୁସିଭ ସୋ’ରୁମ ଚାନ୍ଦି ଭଣ୍ଡାର ପକ୍ଷରୁ ରଜ ପର୍ବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋ’ରୁମ ପକ୍ଷରୁ ରଜ ସଜ କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏଥିରେ ଗ୍ରାହକ ଆଧୁନିକ ଡିଜାଇନ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣ ଲାଭ କରିପାରିବେ । ଏହି କଲେକ୍ସନରେ ରହିଛି ଆକର୍ଷଣୀୟ ଗହଣା ସମ୍ଭାର ଓ  ଆସେସରିଜ । ଯେଉଁଥିରେ ସାମିଲ ରହିଛି ସୂକ୍ଷ୍ମ ତଥା ଚମତ୍କାର  ଆଙ୍କ୍‌ଲେଟ । ଏହା ଉତ୍ସବ ପରିଧାନରେ ସୌନ୍ଦର୍ଯ୍ୟର ସ୍ପର୍ଶ ପ୍ରଦାନ  କରିବ । ଏହି କଲେକ୍ସନରେ ମଧ୍ୟ ଭଳିକି ଭଳି କାନଫୁଲ ରହିଛି । ଯେଉଁଥିରେ ଗ୍ରାହକ ପାରମ୍ପରିକଠାରୁ ସମସାମୟିକ  ଡିଜାଇନ ଲାଭ କରିପାରିବେ । ସେହିଭଳି ଚମତ୍କାର ନେକ୍‌ଲେସ  ପାରମ୍ପରିକ ଓ ଆଧୁନିକ ଆଉଟ୍‌ଫିଟ ସହ ଖାପ ଖାଇବ ।  ଷ୍ଟେଟ୍‌ମେଣ୍ଟ ବ୍ରେସଲେଟ ଚମତ୍କାର ଲୁକ୍‌ ପ୍ରଦାନ କରିବ ।  ଏହି ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା  ହଂସ କହିଛନ୍ତି, ରଜପର୍ବର ଆଗମନ ସହ ଚାନ୍ଦି ଭଣ୍ଡାର  ଏକ ସେଲିବ୍ରେସନ ଘୋଷଣା କରି ଆନନ୍ଦିତ । ଗ୍ରାହକଙ୍କ  ପାଇଁ ଚଳିତ ବର୍ଷ ୧୭ ତାରିଖ ଯାଏ ସମସ୍ତ ଗହଣାର ଗଢ଼ା  ମଜୁରି ଉପରେ ୨୦% ଯାଏ ରିହାତି ଉପଲବ୍ଧ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.