ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଚାରି ଧାମ ଯାତ୍ରାରେ ୬୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ହୃଦ୍‌ଘାତରେ ଯାଇଛି ଏକାଧିକ ଜୀବନ

ଡେରାଡୁନ,୩୧/୦୫: ଉତ୍ତରାଖଣ୍ଡରେ ପ୍ରସିଦ୍ଧ ଚାରିଧାମ ଯାତ୍ରା ଗତ ୧୦ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ୬୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଯାହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘୋର ଉଦ୍‌ବେଗ ପ୍ରକାଶ କରିଛି । 

ମିଳିଥିବା ସୂଚନା ଅନୁସାରେ ମେ ୧୦ ତାରିଖରୁ ୨୮ ତାରିଖ ମଧ୍ୟରେ ଏହି ମୃତ୍ୟୁ ଘଟିଛି । ଅଧିକାଂଶ ମୃତ୍ୟୁ ହୃଦ୍‌ଘାତଜନିତ ବୋଲି ଜଣାପଡିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ରକୁ  ବାଧ୍ୟତାମୂଳକ କରିଛନ୍ତି । ଏଥିସହ ଚାରିଧାମ ସ୍ୱାସ୍ଥ୍ୟ ପୋର୍ଟାଲ  ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ  ସମ୍ପର୍କିତ ସବିଶେଷ ତଥ୍ୟ ରହିବ । କେଦାରନାଥ ଧାମରେ ସର୍ବାଧିକ ୩୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲା ବେଳେ  ବଦ୍ରୀନାଥ ଧାମରେ ୧୬, ଯମୁନୋତ୍ରୀ ଧାମରେ ୧୩ ଏବଂ  ଗଙ୍ଗୋତ୍ରୀ ଧାମ ପରିଦର୍ଶନ ବେଳେ ୫ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ  ଅଧିକାଂଶଙ୍କର ବୟସ ୫୦ରୁ ଅଧିକ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.