ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଛତିଶଗଡ଼ ମାଓ ସଙ୍ଗଠନରେ ୬୦% ମହିଳା, ବନ୍ଧୁକ ମୁନରେ କରାଯାଉଛି ଭର୍ତ୍ତି

ନୂଆଦିଲ୍ଲୀ,୦୭/୦୯: ୨୦୨୬ ସୁଦ୍ଧା ଦେଶକୁ  ମାଓବାଦୀ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ  ରଖିଥିବାବେଳେ ମାଓ ବିରୋଧୀ ଅଭିଯାନ ଜାରି  ରହିଛି । ବିଶେଷକରି ମାଓବାଦୀଙ୍କ ଆଡ୍ଡା ପାଲଟିଥିବା  ଛତିଶଗଡ଼ରେ ସୁରକ୍ଷାକର୍ମୀ ନକ୍ସଲଙ୍କ ଗତିବିଧି ଉପରେ  ଅହରହ ନଜର ରଖିଛନ୍ତି । 

ରିପୋର୍ଟ ଅନୁସାରେ, ଏହି  ନକ୍ସଲ ସଙ୍ଗଠନଗୁଡ଼ିକର କମାଣ ମହିଳାଙ୍କ ହାତରେ  ରହିଛି । ଏଥିରେ ପୁରୁଷଙ୍କ ତୁଳନାରେ ଅଧିକ  ସଂଖ୍ୟାରେ ମହିଳା ରହିଛନ୍ତି । ବସ୍ତର ସଙ୍ଗଠନରେ  ପୁରୁଷ ମାଓବାଦୀଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା  ପ୍ରାୟ ୬୦% ରହିଛି । ସେମାନେ ଫ୍ରଣ୍ଟଲାଇନ ବା  ଆଗରେ ରହି ସୁରକ୍ଷାକର୍ମୀଙ୍କ ସହ ଲଢ଼ୁଛନ୍ତି । ଗତ  ୬ ମାସରେ ହୋଇଥିବା ବଡ଼ ଏନ୍‌କାଉଣ୍ଟରରେ ୩୬ରୁ ଅଧିକ ମହିଳା ମାଓବାଦୀ ନିହତ ହୋଇଛି । ସେମାନଙ୍କ ଉପରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା  କରାଯାଇଥିଲା । 

ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନା  ଅନୁସାରେ, ନକ୍ସଲ ସଙ୍ଗଠନରେ ଗତ କିଛି ବର୍ଷରେ  ବନ୍ଧୁକ ମୁନରେ ଯୁବତୀଙ୍କୁ ଭର୍ତ୍ତି କରାଯାଉଛି । ସେମାନଙ୍କୁ  ମାନସିକ ଭାବେ ଭ୍ରମିତ କରାଯାଉଛି ଏବଂ ପରେ  ଲଢ଼େଇ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । କେତେକ  ଏରିଆରେ କମିଟିର ନେତୃତ୍ୱ ମହିଳା ମାଓବାଦୀ  ନେଉଛନ୍ତି । ଏନ୍‌କାଉଣ୍ଟରବେଳେ ସଙ୍ଗଠନର ଶୀର୍ଷ  ନେତୃତ୍ୱ ମହିଳାଙ୍କୁ ଆଗକୁ ଠେଲି ସେମାନଙ୍କୁ ମରିବାକୁ ଛାଡ଼ି ଦେଉଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.