ଭୁବନେଶ୍ବର,୨୮/୦୯: ନିର୍ବାଚନ ପ୍ରଚାର ପାଇଁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ପର୍ଯ୍ୟନ୍ତ ସେଠାରେ ରହି ନିର୍ବାଚନ ପ୍ରଚାରରେ ହେବେ ସାମିଲ ।
ସୂଚନା ମୁତାବକ, ଆଗକୁ ଆସୁଛି ଝାଡ଼ଖଣ୍ଡ ନିର୍ବାଚନ । ସେଥିପାଇଁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ନିର୍ବାଚନ ପ୍ରଚାରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏନେଇ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଝାଡ଼ଖଣ୍ଡ ବିଜେପିର ସହପ୍ରଭାରୀ ରହିଥିବାବେଳେ ସେପ୍ଟେମ୍ବର ୩୦ ତାରିଖରେ ଝାଡ଼ଖଣ୍ଡରେ ପହଞ୍ଚିବେ ମୋହନ ମାଝୀ । ସେଠାରେ ପହଞ୍ଚି ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ । ପରେ ଅକ୍ଟୋବର ୧ରେ ଚାଇଁବାସାର କୋଲ୍ହାନ୍ ଯିବେ ଏବଂ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।