ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିକିଟିରେ ଉତ୍ତରାଧିକାରୀ ଲଢ଼େଇ, ଏଥର ଶ୍ରୀରୂପ-ମନୋରଞ୍ଜନ ମୁକାବିଲା!

ପାତ୍ରପୁର,୨୪/୦୩: ଗଞ୍ଜାମ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଚିକିଟି । ଦୀର୍ଘ ଦଶନ୍ଧି ଧରି ଏହି ନିର୍ବାଚନମଣ୍ଡଳୀ ରାଣୀ ବନାମ ମଣି ଲଢ଼େଇକୁ ନେଇ ଚର୍ଚ୍ଚାରେ ରହି ଆସିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ଏବଂ ଚିକିଟି ରାଜପରିବାରର ବୋହୂ ତଥା ରାଣୀମା’ ଉଷା ଦେବୀ ଚିକିଟି ଆସନରୁ ପ୍ରାର୍ଥୀ ହୋଇ ଲଢ଼ି ଆସୁଥିଲେ । ବୟସାଧିକ୍ୟ ହେଉ ବା ଅନ୍ୟ କାରଣରୁ ଗତ ଅନେକ ବର୍ଷ ହେଲା ଚିନ୍ତାମଣି ବାବୁ ନିର୍ବାଚନ ଲଢ଼ିନାହାନ୍ତି । କିନ୍ତୁ ଉଷା ଦେବୀ ନିଜ ରାଜନୈତିକ କ୍ୟାରିଅର୍‌ ସକ୍ରିୟ ରଖିଛନ୍ତି । ନବୀନ ସରକାରରେ ବିଭିନ୍ନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳି ଆସିଛନ୍ତି ସେ । ବର୍ତ୍ତମାନ ଉଭୟ ପରିବାରରୁ ପରବର୍ତ୍ତୀ ପିଢ଼ି ନିର୍ବାଚନ ମଇଦାନରେ ସକ୍ରିୟ ଅଛନ୍ତି, ଯଦିଓ ଦୃଶ୍ୟପଟ୍ଟ କିଛିଟା ଭିନ୍ନ ।  

ବୟସାଧିକ କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଉଷା ଦେବୀ ବିଜେଡିରୁ ପ୍ରାର୍ଥୀ ନ ହୋଇ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓଙ୍କୁ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ୍‌ କରୁଥିବା ଚର୍ଚ୍ଚା ହେଉଛି । ଆଉ ଶ୍ରୀରୂପଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି ଚିନ୍ତାମଣିଙ୍କ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରା । କିନ୍ତୁ ସେ ଅନେକ ବର୍ଷ ତଳୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ସାରିଛନ୍ତି । ସମ୍ପ୍ରତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି ମନୋରଞ୍ଜନ । ତେଣୁ ଦୃଶ୍ୟପଟ୍ଟ ଭିନ୍ନ ହେଲେ ହେଁ ପୂର୍ବରୁ ଉଭୟଙ୍କ ବାପା-ମାଆ ଲଢ଼େଇ ହେଉଥିଲା । ଚଳିତ ଥର ସେମାନଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.