ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଜିଂ-ତେହରାନ୍ ଆଲୋଚନା; ‘ଆଉ ଅଶାନ୍ତି ବଢ଼ାଇବାକୁ ଚାହୁଁନାହିଁ ଇରାନ୍’

ବେଜିଂ/ ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ ଉପରେ ଇରାନ୍‌ର ଡ୍ରୋନ୍‌ ଆକ୍ରମଣ ଚିନ୍ତାକୁ ବଢ଼ାଇ ଦେଇଛି । ଆଗାମୀ ସମୟରେ ଇସ୍ରାଏଲ ଇରାନ୍‌ ଉପରେ ପାଲଟା ଆକ୍ରମଣ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଏସବୁ ଭିତରେ ଚୀନ୍‌ ଏବେ ଆଗକୁ ଆସିଛି । ଇରାନ୍‌ର ନେତାଙ୍କ ସହ ଆଲୋଚନା କରି ଶାନ୍ତି ରକ୍ଷା କରିବାକୁ ଚେଷ୍ଟା କରିଛି ଚୀନ୍‌ । ହେଲେ ଗତ ଶନିବାର ଇସ୍ରାଏଲ ଉପରେ ଇରାନ୍‌ କରିଥିବା ଆକ୍ରମଣକୁ ବିଶ୍ବର ଅନେକ ଦେଶ ନିନ୍ଦା କରିଥିବା ବେଳେ ନିରବ ଥିଲା ଚୀନ୍‌ । ଚୀନ୍‌ର ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦେଶର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମିର ଅବଦୋଲ୍ଲାହିଆନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ।

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇରାନ୍‌ ସହ ଚୀନ୍‌ର କୌଣସି ନେତା ପ୍ରଥମ ଥର ପାଇଁ କଥା ହୋଇଥିବା ଜଣାପଡ଼ିଛି । ଚୀନ୍‌ର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ଇରାନ୍‌ ଏବେ ଆଉ ଯୁଦ୍ଧ କରିବାକୁ ଚାହୁଁ ନାହିଁ । ଏହା ସହ ଏଭଳି ପରିସ୍ଥିତିରେ ଦେଶ ସଂଯମତା ରକ୍ଷା କରିବାକୁ ପ୍ରସ୍ତୁତ ଥିବା କଥା ହୋସେନ ଆମୀର କହିଥିବା ନେଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଇରାନ୍‌ରେ ଏବେ ପରିସ୍ଥିତି ଭଲ ନଥିବା ବେଳେ ଆଗକୁ କୌଣସି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁ ନାହୁଁ ବୋଲି ଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି । 

 ଏହା ସହ ଗାଜାରେ ତୁରନ୍ତ ଅସ୍ତ୍ରବିରତି ହେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଇରାନ୍ ଚାହୁଁଛି ।  ସେପଟେ ଓ୍ବାଙ୍ଗ ଓ୍ବାଇ ସିରିୟାରେ ଥିବା ଇରାନ୍‌ର ଦୂତାବାସ ଆକ୍ରମଣକୁ ନିନ୍ଦା କରିଛନ୍ତି । ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଓ୍ବାଙ୍ଗ ଓ୍ବାଇ କହିଛନ୍ତି ବୋଲି ଜିନୁହା ନ୍ୟୁଜରେ ଖବର ପ୍ରକାଶ ପାଇଛି ।  ଅନ୍ୟପକ୍ଷରେ ଆତ୍ମରକ୍ଷା କରିବାକୁ ଯାଇ ଇସ୍ରାଏଲ ଉପରେ ଛୋଟ ଆକ୍ରମଣ କରିଥିବା ନେଇ ଇରାନ୍‌ କହିଛି ବୋଲି ମଧ୍ୟ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । 

ଇରାନ ଚୀନ୍‌ର ଘନିଷ୍ଠ ସହଯୋଗୀ ହୋଇଥିବାରୁ ବେଜିଂ ଏବଂ ତେହରାନ ମଧ୍ୟରେ ଆଲୋଚନା ହେବା ଜରୁରୀ ବୋଲି ଦାବି କରିଆସିଛି ଆମେରିକା । ଆମେରିକାର ବାରମ୍ବାର ଦାବି ପରେ ଚୀନ୍‌ର ବୈଦେଶିକ ମନ୍ତ୍ରୀଙ୍କ ଏହି ଟେଲିଫୋନିକ ଆଲୋଚନା ନେଇ ଖବର ସାମ୍ନା ଆସିଛି । ଅନ୍ୟପଟେ ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ ଏବଂ  ଜର୍ମାନୀ ଚାନ୍ସଲର ଓଲାଫ ସ୍କୋଲଜ୍‌ଙ୍କ ମଧ୍ୟରେ ୟୁକ୍ରେନ୍‌ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ସଂପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି । 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.