ନୂଆଦିଲ୍ଲୀ, ୨୧/୯ : ରୋହିତ ଶେଟ୍ଟୀଙ୍କ ସଂଘମ ଏଗେନ ଦ୍ବିଓ୍ବାଲୀ ଅବସରରେ ରିଲିଜ ହେବା ଲାଗି ପ୍ରସ୍ତୁତି ପଥେ ରହିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ସେହିଭଳି ଟ୍ରେଲରର ଅପେକ୍ଷା କରିଛନ୍ତି । ଏହା ମଧ୍ୟରେ ଖବର ସାମ୍ନାକୁ ଆସିଥିଲା କି ଚୁଲବୁଲ ପାଣ୍ଡେ ସିଂଘମ ଫ୍ରାଞ୍ଚାଇଜର ଭାଗିଦାରୀ ହେବାକୁ ଯାଉଛନ୍ତି । କେତେକ ସୋସିଆଲ ମିଡ଼ିଆରେ ଏହି ଖବର ଆସୁଛି କି ‘ଦବଙ୍ଗ’ ଫ୍ରାଞ୍ଚାଇଜର ଆଇକନିକ ଭୂମିକା ଚୁଲବୁଲ ପାଣ୍ଡେ ଅପକମିଂ ଫିଲ୍ମ ସିଂଘମ ଏଗେନରେ ନଜର ଆସିପାରନ୍ତି । ମାତ୍ର ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି କି ଏହା ମିଥ୍ୟା ଅଟେ ।
ସୂଚନା ମୁତାବକ, ଚୁଲବୁଲ ପାଣ୍ଡେଙ୍କ ସିଂଘମର ଭାଗିଦାରୀ ହେବାର ଯାହା ବି କାହାଣୀ ଅଛି ତାହା ମିଥ୍ୟା ଅଟେ । କୌଣସି ବି ପ୍ରଡକ୍ସନ ହାଉସ ଏହି ବିଷୟରେ ଘୋଷଣା କରିନାହାନ୍ତି । ସୂଚନା ମୁତାବକ ଫିଲ୍ମ ମେକର୍ସଙ୍କ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଅଫିଶିଆଲ ଘୋଷଣା କରାଯାଇନାହିଁ।