ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସାବିତ୍ରୀ ବ୍ରତକୁ ନେଇ ତୁମୁଳକାଣ୍ଡ : ପୂଜକଙ୍କ ପାଇଁ ୨ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପୋଲିସ ମୁତୟନ

ଜଳେଶ୍ବର,୬।୬  : ସାବିତ୍ରୀ ବ୍ରତକୁ ନେଇ ତୁମୁଳକାଣ୍ଡ । ପୂଜକଙ୍କୁ ନେଇ ଦୁଇ  ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।  ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ଏହ ଘଟଣା ଦେଖିବାକୁ ମିଳିଛି।  ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ମୁତୟନ  ହୋଇ ପରିସ୍ଥିତି ଉପରେ ନଜର ରଖିଛି। 

ମହୁଲିଆ ଗ୍ରାମର କିଛି ମହିଳା ଜଣେ ପୂଜକଙ୍କ ପାଖରେ ସାବିତ୍ରୀ ପୂଜା କରିବା ପାଇଁ ଆସିଥିଲେ । ଅନ୍ୟ ଏକ ଗୋଷ୍ଠୀ ମହିଳା ଆଉ ଜଣେ ପୂଜକଙ୍କ ପାଖରେ ପୂଜା କରିବେ ବୋଲି କହିଥିଲେ । ସମାଧାନ ନହେବାରୁ ଉଭୟ ଗୋଷ୍ଠୀ  ମଧ୍ୟରେ  ସଂଘର୍ଷର ରୂପ ନେଇଥିଲା । ଖବର  ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି  ।

ଆହୁରି ପଢନ୍ତୁ : ରାଜ୍ୟରେ ଚାଲୁ ରହିଛି BSKY ଯୋଜନା, ଅଭିଯୋଗ ପାଇଁ ଟୋଲ ଫ୍ରୀ ନମ୍ବର ଜାରି : ମୁଖ୍ୟ ଶାସନ ସଚିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.