ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ ଠାବ, ଆସନ୍ତା ଜୁଲାଇ ମାସରେ ହେବ ନିଲାମ

ନୂଆଦିଲ୍ଲୀ ୦୭/୦୬: ଆମେରିକାର କୋଲୋରାଡୋ ବାସିନ୍ଦା ଜାସନ କୁପର ଏକ ପ୍ରାଚୀନ ଡାଇନୋସର କଙ୍କାଳ ଠାବ କରିଛନ୍ତି । ଜାସନ୍‌ ନିଜର ୪୫ତମ ଜନ୍ମଦିନ ଅବସରରେ ଜଣେ ବନ୍ଧୁଙ୍କ ସହ ନିଜ ଘର ନିକଟସ୍ଥ ଏକ ପାହାଡ଼କୁ ଭ୍ରମଣରେ ଯାଉଥିଲେ । ଏହି ସମୟରେ ସେ ବିଶାଳ ହାଡ଼ ପାଇଲେ, ଯାହା ଏକ ପଥର ସହ ସଂଲଗ୍ନ ହୋଇଥିଲା । ପରେ ତାହା ଡାଇନୋସର ହାଡ଼ ବୋଲି ଜଣାପଡ଼ିଲା । 

କାଦୁଅ ଓ ପଥର ମଧ୍ୟରେ ପୋତି ହୋଇଥିବା କିଛି ବଡ଼ ହାଡ଼କୁ ଜାସନ୍‌ ଓ ତାଙ୍କ ବନ୍ଧୁ ଖୋଳି ବାହାର କରିବାକୁ ଚେଷ୍ଟା କଲେ । ସେହି ସ୍ଥାନରେ ସେମାନେ ଆଉ କିଛି ହାଡ଼ ପାଇଲେ । ଜାସନ ଦେଖିଲେ, ହାଡ଼ରେ ଲାଞ୍ଜର କଣ୍ଟା ଲାଗି ରହିଥିଲା । ପଛ ଭାଗର କିଛି ବଡ଼ ପ୍ଲେଟ୍‌ ମଧ୍ୟ ସେମାନେ ପାଇଲେ । ସେଗୁଡ଼ିକ ଅତ୍ୟନ୍ତ ଲମ୍ବା ଥିଲା । ଜାସନ୍‌ ବାସ କରୁଥିବା ସ୍ଥାନ ମୋରିସନ୍‌ ଫର୍ମେସନ୍‌ ଜୁରାସିକ୍‌ କାଳର ପଥର ଅବଶେଷରେ ପରିପୂର୍ଣ୍ଣ । ଅସ୍ୱାଭାବିକ ଭାବେ ବଡ଼ ହାଡ଼ଗୁଡ଼ିକୁ ଦେଖି ଜାସନ୍‌ ଘରକୁ ଆଣିଲେ । ତା’ପରେ ଏକ ଜନ୍ତୁ ରୂପେ ପ୍ରସ୍ତୁତ କରିବାକୁ ସେଗୁଡ଼ିକୁ ସଂଗଠିତ କରିବାକୁ ଚେଷ୍ଟା କଲେ । ଏହା ପରେ ସେ ହୃଦୟଙ୍ଗମ କଲେ, ପାଇଥିବା ହାଡ଼ଗୁଡ଼ିକର ମୂଲ୍ୟ ନିଲାମରେ ଅନେକ କୋଟି ହେବ । 

ଜାସନ୍‌ଙ୍କର ପ୍ରାୟ ୧୦୦ ଏକର ଜାଗା ଅଛି । ଗତ ୧୦-୧୨ ବର୍ଷ ମଧ୍ୟରେ ସେ ୧୦ ଡାଇନୋସର ହାଡ଼ ଠାବ କରିଛନ୍ତି । ସଦ୍ୟ ଆବିଷ୍କାର ବିଷୟରେ ସେ ବିଶେଷଜ୍ଞଙ୍କୁ ଜଣାଇବା ପରେ ସେମାନେ ହାଡ଼ଗୁଡ଼ିକୁ ଯାଞ୍ଚ୍‌ କଲେ । ଏଥିରୁ ଜାଣିବାକୁ ପାଇଲେ, ୧୫ କୋଟି ବର୍ଷ ହେଲା ଏହି ହାଡ଼ ମାଟିରେ ପୋତି ହୋଇ ରହିଥିଲା । ଏଗୁଡ଼ିକ ଭଲ ଅବସ୍ଥାରେ ଅଛି । ସେମାନେ କଙ୍କାଳକୁ ମାପିଲେ । ଏହାର ଉଚ୍ଚତା ପ୍ରାୟ ୧୧.୫ ଫୁଟ ଓ ପୂରା କଙ୍କାଳର ଲମ୍ବ ପ୍ରାୟ ୨୭ ଫୁଟ । ସେମାନେ ଏହି କଙ୍କାଳର ନାମ ଦେଲେ ‘ଆପେକ୍ସ’ । ସୋଥ୍‌ବାଏ ନିଲାମଗୃହର କାସାଣ୍ଡ୍ରା ହାଟନ୍‌ କହିଛନ୍ତି, ଏହାର ମୂଲ୍ୟ ଅନେକ ନିୟୁତ ଡଲାର ହେବ । ଆସନ୍ତା ଜୁଲାଇ ମାସରେ ଏହାର ନିଲାମ ହେବ ବୋଲି ସେ କହିଛନ୍ତି । ଜୀବାଶ୍ମବିଜ୍ଞାନୀ ଷ୍ଟିଭ୍‌ ବ୍ରୁସାଟି କହିଛନ୍ତି, ଏହା ଷ୍ଟେଗୋସରସ୍‌ର ଅବଶେଷ । ଷ୍ଟେଗୋସରସ୍‌ ଅତ୍ୟନ୍ତ ବିରଳ । ଯଦି ଏହା ସତ ହୁଏ, ତେବେ ଏହାକୁ ବିକ୍ରି କରିବା ବଦଳରେ ସଂଗ୍ରହାଳୟରେ ରଖାଯିବା ଉଚିତ୍‌ ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.