ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍ଧ୍ୟାରେ ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଚୟନ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୦୮/୦୬: ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏଥର ୯୯ ଆସନ ମିଳିଛି । ଏହା ପୂର୍ବରୁ ୨୦୧୯ରେ ଅନୁଷ୍ଠିତ  ନିର୍ବାଚନରେ ଦଳକୁ ୫୨ଟି ଆସନ ମିଳିଥିଲା । ୨୦୨୪ରେ ସଫଳତା  ମିଳିବା ପରେ ଏହାକୁ ନେଇ କଂଗ୍ରେସ ନେତାମାନେ ବେଶ୍‌ ଉତ୍ସାହିତ  ଅଛନ୍ତି । ଏମିତି କି ସରକାର ଗଠନ ପାଇଁ ମଧ୍ୟ କଂଗ୍ରେସ ସ୍ୱପ୍ନ  ଦେଖୁଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ଏହାର କାର୍ଯ୍ୟକାରିଣୀ ବୈଠକ ଡକାଇଛି । ଏଥିରେ ନବନିର୍ବାଚିତ ଦଳୀୟ ସାଂସଦମାନଙ୍କୁ ସାମିଲ ହେବାକୁ କୁହାଯାଇଛି । ବୈଠକରେ  ଭୋଟ ଫଳକୁ ନେଇ ଚର୍ଚ୍ଚା ହେବ । ଏଥିସହ ସରକାର ଗଠନ ପାଇଁ  ଉଦ୍ୟମ କରାଯିବ କି ନାହିଁ, ତାହା ବାବଦରେ ମଧ୍ୟ ଆଲୋଚନା ହେବ ।  

ସୂତ୍ର ମୁତାବକ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ନିର୍ବାଚନରେ ଦଳର ସନ୍ତୋଷଜନକ ପ୍ରଦର୍ଶନ ଲାଗି ନେତୃତ୍ୱର  ପ୍ରଶଂସା କରିବା ପୂର୍ବକ ପ୍ରସ୍ତାବ ପାରିତ ହୋଇପାରେ । କଂଗ୍ରେସକୁ  ମିଳିଥିବା ସଫଳତାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦିଆଯାଉଛି । ଜୁନ୍‌ ୪ରେ ନିର୍ବାଚନ ଫଳ ପ୍ରକାଶ ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ  ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କର ଭୂୟସୀ ପ୍ରଶଂସା କରିଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.