ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଶାସନରେ ଏକ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି: ପ୍ରିୟଙ୍କା ଗାନ୍ଧୀ

Image Courtesy: abplive

ନୂଆଦିଲ୍ଲୀ:  କୃଷକଙ୍କ ସମସ୍ୟାକୁ ନେଇ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପି ଉପରେ ବର୍ଷିଛନ୍ତି । ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାରଙ୍କ ଅମଳରେ ଏକ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି । କୃଷକଙ୍କ ଆୟ ନା ଦୁଇଗୁଣ ହେଲା ନା ଏମଏସପି ଦିଆଗଲା । କଂଗ୍ରେସ ସରକାର ଆସିଲେ କେବଳ ଏମଏସପି ଗ୍ୟାରେଣ୍ଟି ଦେବୁ ତାହା ନୁହେଁ ବରଂ କୃଷକଙ୍କ ଋଣ ଛାଡ଼ କରିବୁ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳ କୃଷକଙ୍କ ପାଇଁ ଭିନ୍ନ ଭିନ୍ନ ଘୋଷଣା କରୁଛନ୍ତି।



ସେହିଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି, ବିଜେପି କୃଷକଙ୍କ ଋଣ ଛାଡ଼ କରିନାହିଁ । କିନ୍ତୁ ଉଦ୍ୟୋଗପତିଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଉଛି । ବର୍ତ୍ତମାନ ଦେଶରେ ପ୍ରତି ଦିନ ୩୦ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି । ବିଜେପି ଶାସନରେ ଏକ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି । କୃଷି ବ୍ୟବହୃତ ଜରୁରୀ ସାମଗ୍ରୀ ଉପରୁ ଜିଏସଟି ଆଦାୟ କରାଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । 




କଂଗ୍ରେସର ସାଧାରଣ ସଂପଦକ ପ୍ରିୟଙ୍କା ଆହୁରି ଅଭିଯୋଗ କରିଛନ୍ତି ଯେ, ‘୧୦ ବର୍ଷରେ ନା କୃଷକଙ୍କୁ ଏମଏସ୍‌ପି ମିଳିଲା ନା ଆୟ ଦୁଇ ଗୁଣ ହେଲା । ଋଣରେ ବୁଡ଼ିଥିବା କୃଷକଙ୍କ ଗୋଟିଏ ଟଙ୍କା ମଧ୍ୟ ଛାଡ଼ କରାଗଲା ନାହିଁ । କିନ୍ତୁ ଉଦ୍ୟୋଗପତିଙ୍କ ୧୬ ଲକ୍ଷ କୋଟି ଛାଡ଼ କରଦିଆଗଲା ।’ ଅନ୍ୟପଟେ କୃଷକଙ୍କୁ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇ ଏକ୍ସରେ ଲେଖିଛନ୍ତି, ଅନ୍ନଦାତାଙ୍କ ଲାଗି ଏମଏସପି ଗ୍ୟାରେଣ୍ଟି ଦିଆଯିବ । କୃଷି ଉପକରଣ ଉପରୁ ଜିଏସଟି ହଟାଇ ଦିଆଯିବ । ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବ । ନୂଆ ରପ୍ତାନି-ଆମଦାନି ନୀତି ଆସିବ । ଏହା ବ୍ୟତୀତ ଅନ୍ୟ ଏକ ଟ୍ବିଟରେ ପ୍ରିୟଙ୍କା ଲେଖିଛନ୍ତି, ‘କଂଗ୍ରେସ ସରକାର କୃଷକଙ୍କ ୭୨ ହଜାର କୋଟି ଋଣ ଛାଡ଼ କରିଥିଲା । କଂଗ୍ରେସ ପୁଣି ଥରେ ଆସିବ ।  ଏମଏସପି ଗ୍ୟାରେଣ୍ଟି, ଋଣ ଛାଡ଼ ଏବଂ ଭଲ ରୋଜଗାର ସହ ଖୁସି ଆଣିବ।’ 

  • congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.