ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଧା ହେଲେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପିଏ

ନୂଆଦିଲ୍ଲୀ, ୩୦/୫:  ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନ୍ତପୁରମ୍‌ ସାଂସଦ ଶଶି ଥରୁରଙ୍କ ପିଏ ଗିରଫ । ଦିଲ୍ଲୀ ବିମାନ ବନ୍ଦରରୁ ଶଶି ଥରୁରଙ୍କ ପିଏ ଶିବ କୁମାରଙ୍କୁ  ପୋଲିସ ଗିରଫ କରିଛି।  ବିଦେଶରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ସେ ଧରାପଡିଥିବା ସୂଚନା ମିଳିଛି। ଏଥିସହ ତାଙ୍କ ଠାରୁ ୫୦୦ ଗ୍ରାମର ସୁନା ଜବତ ହୋଇଛି । 

ତେବେ ଏହି ମାମଲା ସମ୍ପର୍କରେ ସୂଚନା ଦେଇ କଷ୍ଟମ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, 'ଦୁବାଇରୁ ଫେରୁଥିବା ସମୟରେ ଶଶି ଥରୁରଙ୍କ ସହକାରୀ ବା ପିଏ ଶିବ କୁମାରଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ଜବତ ହୋଇଛି। ନିର୍ଦ୍ଧାରିତ ସୀମା ଠାରୁ ନିଜ ପାଖରେ ଅଧିକ ସୁନା ରଖିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।'

ସେପଟେ ଶଶୀ ଥରୁର୍ ଏହି ମାମଲାକୁ ନେଇ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ କହିଛନ୍ତି ଯେ, 'ମୁଁ ପୂର୍ବ ଷ୍ଟାଫଙ୍କ ସହ ଜଡିତ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛି। ସେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି ଅଟନ୍ତି । ତାଙ୍କୁ ଅନୁକମ୍ପାରେ ପାର୍ଟ ଟାଇମ୍ କର୍ମୀ ଭାବରେ ରଖାଯାଇଥିଲା । ଏହି ଘଟଣାର ତଦନ୍ତରେ ପୋଲିସକୁ ସହଯୋଗ କରିବି ।' 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.