ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..

ଭୁବନେଶ୍ୱର,୨୮/୦୩: ଆଗୁଆ ପ୍ରାର୍ଥୀ ଘୋଷଣା କରିବୁ । ଗତ କିଛି ମାସ ହେବ ଏମିତି ଦମ୍ଭୋକ୍ତି ବାଢ଼ୁଥିଲା ରାଜ୍ୟ କଂଗ୍ରେସ । ଟିକେଟ୍ କସରତ ବି ଚଳାଇଥିଲା ଢେର ଆଗୁଆ । ପ୍ରଥମ ଥର ପାଇଁ ଅନଲାଇନ ଟିକଟ ଆବେଦନ ପୋର୍ଟାଲ ବି ଖୋଲିଲେ । କହିଲେ, ହଜାର ହଜାର ଆବେଦନ  ପଡ଼ିଛି । ହେଲେ ଫୁସ୍‌... । ଏଯାଏଁ କିଛି ନାହିଁ ।  ଜଣେ ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିପାରିନି କଂଗ୍ରେସ । ନିର୍ବାଚନ ବିଗୁଲ୍‌ ବାଜି ସାରିଲାଣି ।  

ପ୍ରତିଦିନ ବିଜେଡିର ନିର୍ବାଚନମଣ୍ଡଳୀ ସମୀକ୍ଷା ବସୁଛି ନବୀନ ନିବାସରେ । ବୁଧବାର ବିଜେଡି ୭୨  ବିଧାନସଭା ଓ ୧୫ ଲୋକସଭା ପାଇଁ ପ୍ରାର୍ଥୀ  ଘୋଷଣା କରିଦେଲା । ବିଜେପି ବି ୩ ଦିନ ତଳୁ ୧୮ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଜାରି କରି ସାରିଛି ଓଡ଼ିଶାରେ । ମାତ୍ର କୁଆଡ଼େ ଗଲା କଂଗ୍ରେସ ଟିକେଟ୍ ? ଟିକେଟ୍ ଘୋଷଣା ହେଉନି ।  ଅନ୍ୟପଟେ ନେତାମାନେ ଦଳ ଛାଡ଼ି ଚାଲିଛନ୍ତି । ଆଗକୁ ବି କିଛି ନେତା ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜାରି ରହିଛି । ଏମିତିରେ ଦଳ ଟିକେଟ୍ କେବେ ଘୋଷଣା କରିବ, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ଦଳର ଫୋକସ ମୁଖ୍ୟତଃ ୪୦ଟି ବିଧାନସଭା ଉପରେ ରହିଛି । ଅନ୍ତତଃ ସେତିକି ଆସନରେ ବି ଦଳ ଟିକଟ ଘୋଷଣା ବିଳମ୍ବ କରିବା ଆଶାୟୀ ଓ କର୍ମୀଙ୍କ ଚିନ୍ତା ବଢ଼ାଇ ଚାଲିଛି । ସଂଗଠନ ଦୁର୍ବଳ ଥିବାରୁ ବିଳମ୍ବରେ ଟିକେଟ୍ ପାଇଲେ ପ୍ରାର୍ଥୀ ସଂଗଠନ ସଜାଡ଼ି ଲୋକଙ୍କ ପାଖକୁ ଯିବାକୁ ସମୟ ପାଇବେନି ବୋଲି ବହୁ ନେତା କହୁଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.