ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଟେଲ ବାଥରୁମ୍‌ରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ: ଗଞ୍ଜେଇ ବ୍ୟବସାୟରୁ ହତ୍ୟା ସନ୍ଦେହ, ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ବଲାଙ୍ଗିର,୧୮/୦୫: ବଲାଙ୍ଗିର ରେଳଷ୍ଟେସନ ନିକଟ ଇନ୍ଦ୍ରପ୍ରସ୍ଥ ହୋଟେଲ ବାଥରୁମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ପୁଲିସ କନେଷ୍ଟବଳଙ୍କ  ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ  ସୋନପୁର ରିଜର୍ଭ ପୁଲିସରେ କାର୍ଯ୍ୟ କରୁଥିବା  ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା(୪୦)  । କନେଷ୍ଟବଳଙ୍କ ଶବ ଜବତ ହୋଇଥିବା  ୨୧୨ନଂ ରୁମ୍‌ରେ ରହୁଥିବା ଝାଡ଼ଖଣ୍ଡ ଧାନବାଦ ବାସେପୁରର ବୀରେନ ସିଂ ଓ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଛନ୍ତି । ଉକ୍ତ ଦୁଇ ବ୍ୟକ୍ତି ତାଙ୍କୁ ହତ୍ୟା କରି ଫେରାର ହୋଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ଦିଗକୁ ନେଇ  ପୁଲିସ ତଦନ୍ତ କରୁଥିବା ବେଳେ ଗଞ୍ଜେଇ  ବ୍ୟବସାୟରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।   

ଗୁରୁବାର ପୂର୍ବାହ୍ନ ୧୧ଟା ୨୦ରେ ଉକ୍ତ  ହୋଟେଲକୁ ସଂପୃକ୍ତ ୨ ଜଣ ବ୍ୟକ୍ତି ପହଞ୍ଚିଥିଲେ । ଧାନବାଦର ବୀରେନ ତାଙ୍କ ଆଧାର କାର୍ଡ ଦେଇ  ୨୧୨ନଂ ରୁମ୍‌ ବୁକ୍‌ କରିଥିଲେ । ଦୁଇଜଣ ଗୋଟିଏ  ରୁମ୍‌ରେ ରହିଥିଲେ । ତେବେ ଶୁକ୍ରବାର ପୂର୍ବାହ୍ନ ସାଢ଼େ  ୧୦ଟାରେ ହୋଟେଲର ଝାଡୁଦାର କବାଟ ଖୋଲାଥିବା ଦେଖି ସଫେଇ କରିବା ପାଇଁ ଯାଇଥିଲେ । ହୋଟେଲ  ବାଥରୁମରେ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ  ପଡ଼ିଥିବା ଦେଖିଥିଲେ । ମୃତ ବ୍ୟକ୍ତିର ଆଖିରେ ଟେପ୍‌ ମରାଯାଇଥିଲା ଏବଂ ମୁହଁକୁ ଗାମୁଛାରେ ବନ୍ଧା ଯାଇଥିଲା । ହୋଟେଲ କର୍ତ୍ତୃପକ୍ଷ ପୁଲିସକୁ ଜଣାଇବାରୁ ଟାଉନ ଥାନା ପୁଲିସ ଓ ସାଇଣ୍ଟିଫିକ୍‌  ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ କରିଥିଲେ । ହୋଟେଲରେ ରହିଥିବା ଝାଡ଼ଖଣ୍ଡର  ଦୁଇବ୍ୟକ୍ତିଙ୍କୁ ଭେଟିବା ପାଇଁ ମୃତ ପୁଲିସ କନେଷ୍ଟବଳ ମଧ୍ୟାହ୍ନରେ ଏକ କାରରେ ହୋଟେଲକୁ  ଆସିଥିଲେ । କୌଣସି କାରଣରୁ ତାଙ୍କୁ ହତ୍ୟା କରି  ଧାନବାଦର ଦୁଇ ବ୍ୟକ୍ତି ଫେରାର କନେଷ୍ଟବଳଙ୍କ  କାର ନେଇ ଫେରାର ହୋଇଯାଇଥିଲେ । ଫେରାର  ହେବା ବେଳେ ଖୁଜେନପାଲି ନିକଟରେ କାର  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଆହତ  ହୋଇ ମଧ୍ୟ ସଂପୃକ୍ତ ଦୁଇଜଣ ବ୍ୟକ୍ତି କେଉଁଆଡେ  ଫେରାର ହୋଇଥିଲେ ଜଣାପଡ଼ିନାହିଁ । ଶୁକ୍ରାବର ଭୋରରେ ଦୁର୍ଘଟଣାଗ୍ରସ୍ତ କାରକୁ ଲୋକେ ଦେଖିବାକୁ  ପାଇଥିଲେ । ଏଣୁ ଧାନବାଦର ସଂପୃକ୍ତ ଦୁଇବ୍ୟକ୍ତି  ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ଖବରପାଇ ମୃତ ପୁଲିସ କନେଷ୍ଟବଳଙ୍କ ପରିବାର  ଲୋକେ ପହଞ୍ଚିଥିଲେ ମଧ୍ୟ ଏନେଇ କୌଣସି  ପ୍ରତିକ୍ରିୟା ଦେଇନାହାନ୍ତି । ତଦନ୍ତ ପରେ କାରଣ ସ୍ପଷ୍ଟ  ହେବ ବୋଲି ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.