ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

କଟନ୍‌ କ୍ୟାଣ୍ଡିରେ ମାରାତ୍ମକ କେମିକାଲ: ତାମିଲନାଡୁରେ ନିଷିଦ୍ଧ, ଓଡ଼ିଶାରେ ଚାଲିଛି ବିକ୍ରି

ଭୁବନେଶ୍ୱର,୨୫/୦୨: କଟନ୍‌ କ୍ୟାଣ୍ଡି ବା ବମ୍ବେଇ ଲଡୁକୁ ନେଇ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତ । ଓଡ଼ିଶାରେ ଏହି କ୍ୟାଣ୍ଡି ବିକ୍ରି ଚାଲିିଛି । ବିଶେଷକରି ବିଭିନ୍ନ ମେଳା ମହୋତ୍ସବ, ଯାତ୍ରା ଓ ସ୍ଥାନୀୟ ବଜାରରେ କ୍ୟାଣ୍ଡି ବିକ୍ରି ହେଉଥିବା ବେଳେ ତାକୁ ଛୋଟପିଲାମାନେ କିଣି ଖାଉଛନ୍ତି । ଏହି କ୍ୟାଣ୍ଡି ତିଆରିରେ ରୋଡାମାଇନ୍‌-ବି ନାମକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । ଚମଡ଼ା ଓ ପୋଷାକ ସାମଗ୍ରୀରେ ବ୍ୟବହାର ହେଉଥିବା ଏହି କେମିକାଲର ମାତ୍ରାଧିକ ବ୍ୟବହାର ଓ ସେବନ ବୃକକ୍‌,ଯକୃତ ଖରାପ କରିବା ସହ କ୍ୟାନସର କାରଣ ପାଲଟେ । ଯାହା ତାମିଲନାଡୁରେ ଥିବା ସରକାରୀ ଲ୍ୟାବ୍‌ ସ୍ପଷ୍ଟ କରିଛି । ଫଳରେ ତାମିଲନାଡୁରେ କ୍ୟାଣ୍ଡି ବିକ୍ରି ବନ୍ଦ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ କଟନ କ୍ୟାଣ୍ଡି ସାମ୍ପୁଲ ପରୀକ୍ଷା ପାଇଁ ଲ୍ୟାବ୍‌ ପଠାଯାଇଛି । ତାମିଲନାଡୁ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ସମସ୍ତଙ୍କ ନଜର ।

କଟନ୍‌ କ୍ୟାଣ୍ଡି ଏକପ୍ରକାର ଚକୋଲେଟ୍‌ ଜାତୀୟ ଖାଦ୍ୟ ଅଟେ । ଏହା ଚିନିରୁ ପ୍ରସ୍ତୁତ ହୋଇଥାଏ ।ହେଲେ ଏହାକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ଖାଦ୍ୟ ରଙ୍ଗ ମିଶାଯାଏ । ଯେ କୌଣସି ଖାଦ୍ୟରେ ରଙ୍ଗ ମିଶାଇବା ପୂର୍ବରୁ ପ୍ରଥମେ ଖାଦ୍ୟ ନିରାପତ୍ତା ଆଇନ୍‌ ପାଳନ କରିବାକୁ ପଡ଼େ । ସେହି ଅନୁସାରେ କ୍ୟାଣ୍ଡିରେ ସର୍ବାଧିକ ୫.୦ ପ୍ରତିଶତରୁ ୭.୫ ପ୍ରତିଶତ ରଙ୍ଗ ମିଶାଯାଇପାରେ । ଏହାଠାରୁ ଅଧିକ ହେଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ତେଣୁ ଖାଦ୍ୟ ନିରାପତ୍ତା ଟିମ୍‌ ଏହାର ମାନ ଯାଞ୍ଚ କରିବାକୁ ବାଧ୍ୟ ।

ଭୁବନେଶ୍ୱର ଖଣ୍ଡଗିରି ମେଳା କଥା ବିଚାରକୁ ନିଆଯାଉ । ମେଳା ଚାଲିଥିବା ବେଳେ ଏହି କଟନ କ୍ୟାଣ୍ଡି ବେପାର ହେଉଛି । ବାହାର ରାଜ୍ୟରୁ ମାଳମାଳ ବେପାରୀ ଏଠାକୁ ଆସି ଏହି ଖାଦ୍ୟ ବିକ୍ରି କରୁଛନ୍ତି । ଚାହିଦା ଦେଖି ବେପାରୀମାନେ ନିଜେ ମେସିନରେ କ୍ୟାଣ୍ଡି ତିଆରି କରୁଥିବା ବେଳେ ସେଥିରେ ଗୋଲାପୀ ଓ ହଳଦିଆ ରଙ୍ଗର ଖାଦ୍ୟ ରଙ୍ଗ ମିଶାଉଛନ୍ତି । ଯେଉଁ ରଙ୍ଗର କୌଣସି ନାଁ ନାହିଁ । ଏଥିରେ କେଉଁ ରଙ୍ଗ ମିଶାଇଲେ ପଚାରିଲେ ବେପାରୀ ଠିକ୍‌ ଭାବେ କହିପାରୁନାହାନ୍ତି । କେବଳ ଦିଲ୍ଲୀରୁ ଏହି ରଙ୍ଗ ଆଣୁଥିବା ସେମାନେ କହୁଛନ୍ତି । ତେଣୁ ଖାଦ୍ୟ ନିରାପତ୍ତା ଟିମ୍‌ କ୍ୟାଣ୍ଡିର ମାନ ଯାଞ୍ଚ କରିବା ସହ ଲ୍ୟାବ୍‌ରେ ତାହାର ପରୀକ୍ଷା କରୁ ବୋଲି ସାଧାରଣରେ ଦାବି ହୋଇଛି ।

ଏ ସଂକ୍ରାନ୍ତରେ କ୍ୟାପିଟାଲ ହସ୍ପିଟାଲ ଶିଶୁ ରୋଗ ବିଶେଷଜ୍ଞ ଡ.ଜଗନ୍ନାଧ ରାଓ କୁହନ୍ତି, ମାତ୍ରାଧିକ ଖାଦ୍ୟ ରଙ୍ଗ ଖାଇବା ଛୋଟଛୁଆଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ଏଥିରେ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହେବାର ଆଶଙ୍କା ରହିଛି । ତେଣୁ କ୍ୟାଣ୍ଡିର ମାନ ଯାଞ୍ଚ ଆବଶ୍ୟକ ଅଟେ । ଅଭିଭାବକମାନେ ମଧ୍ୟ ଏ ଦିଗରେ ସଚେତନ ହୁଅନ୍ତୁ ବୋଲି ସେ କହିଛନ୍ତି । ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର କୁହନ୍ତି ଯେ ସାଧାରଣତଃ କ୍ୟାଣ୍ଡି ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନାହିଁ । କେବଳ ଅଧିକ ରଙ୍ଗ ମିଶାଇଲେ ଆମେ ବେପାରୀଙ୍କୁ ଧରୁଛୁ । ଖଣ୍ଡଗିରି ମେଳାରେ ଚଢ଼ାଉ ହୋଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.