ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭିସିଲ୍ଡ ପରେ ଏବେ କୋଭାସ୍ସିନ୍‌ରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା, ବନାରସ୍ ହିନ୍ଦୁ ୟୁନିଭର୍ସିଟିର ରିପୋର୍ଟ

ନୂଆଦିଲ୍ଲୀ, ୧୬।୫: କୋଭିସିଲ୍ଡ ପରେ ଏବେ କୋଭାକ୍ସିନ୍ । କୋଭାକ୍ସିନ୍ ଟିକା ଲଗାଇଥିଲେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା । ଏହି ପାର୍ଶ୍ୱ ପ୍ରତିକ୍ରିୟା ଅଧିକାଂଶ ଯୁବତୀଙ୍କଠାରେ ଦେଖାଦେଇଛି । ଏନେଇ ରିପୋର୍ଟ ଦେଇଛି ବନାରସ ହିନ୍ଦୁ ୟୁନିଭର୍ସିଟି ।   

କିଛି ଦିନ ପୂର୍ବରୁ କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ କୋଭିସିଲ୍ଡର ନିର୍ମାତା ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା ଖୋଦ୍ କୋର୍ଟରେ ସ୍ୱୀକାର କରିଥିଲା । କୋଭିସିଲ୍ଡ କାରଣରୁ କିଛି ଲୋକଙ୍କୁ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଛି ବୋଲି ଖୁଲାସା କରିଥିଲା କମ୍ପାନୀ । ବର୍ତ୍ତମାନ ଭାରତ ବାୟୋଟେକ୍ କମ୍ପାନୀର କୋଭାକ୍ସିନ୍ ଟିକାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ସ୍ପ୍ରିଙ୍ଗର ଲିଙ୍କ୍‌ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ବନାରସ୍ ୟୁନିଭର୍ସିଟିର ଶଙ୍ଖ ଶୁଭ୍ରା ଚକ୍ରବର୍ତ୍ତୀ ଏବଂ ତାଙ୍କ ଟିମ୍ ଏନେଇ ପରୀକ୍ଷା କରିଥିଲେ । ବିଜେନେସ୍ ଗଣମାଧ୍ୟମ ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଏହି ଭ୍ୟାକ୍ସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରେ ୧,୦୨୪ ଜଣ ସାମିଲ ହୋଇଥିବା ବେଳେ ଏଥିମଧ୍ୟରୁ ୬୩୫ ଯୁବକଯୁବତୀ ଏବଂ ୨୯୧ ବୟସ୍କଙ୍କଠାରେ ବର୍ଷକ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଉଭୟ କିଶୋର ଓ ବୟସ୍କଙ୍କଠାରେ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଦେଖାଦେଇଥିଲା । ଅର୍ଥାତ୍ ମୋଟ୍ ଏକ-ତୃତୀୟାଂଶ ଲୋକଙ୍କଠାରେ ଆଡଭର୍ସ ଇଭେଣ୍ଟ୍ସ ଅଫ୍ ସ୍ପେଶାଲ ଇଣ୍ଟଟ୍ରେଷ୍ଟ (AESI) ଦେଖିବାକୁ ମିଳିଛି । 

ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ, କୋଭାକ୍ସିନ୍ ଲଗାଇବାର ବର୍ଷେ ପରେ ଲୋକଙ୍କଠାରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅଧିକାଂଶ ଯୁବତୀ ଏହି ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରଭାବିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥମଧ୍ୟରୁ କିଛି ଗମ୍ଭୀର ମାମଲାର ମଧ୍ୟ ରହିଛି । ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ସମସ୍ୟା, ସ୍ନାୟୁଜନିତ ସମସ୍ୟା ଆଦି ପରିଲକ୍ଷିତ ହୋଇଥିଲା । ସେହିଭଳି ମହିଳା ଓ ଯୁବତୀମାନଙ୍କଠାରେ ଋତୁସ୍ରାବଜନିତ ସମସ୍ୟା ଦେଖାଦେଇଥିଲା । କରୋନା ମହାମାରୀ ସମୟରେ ଏଥିରୁ ରକ୍ଷା ପାଇବା ପାଇଁ ଭାରତବାସୀ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଲଗାଇଥିଲେ । କିନ୍ତୁ ବର୍ତ୍ତମାନ ଦୁଇଟିଯାକ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.