ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୋଭିଡ ଟିକା ଯୋଗୁଁ ଯୁବକମାନଙ୍କ ମଧ୍ୟରେ ବଢ଼ିଛି କି ମୃତ୍ୟୁ ଆଶଙ୍କା? କ'ଣ କହୁଛି ଆଇସିଏମ୍‌ଆର୍‌ର ଅଧ୍ୟୟନ?

ନୂଆଦିଲ୍ଲୀ,୨୧/୧୧: କୋଭିଡ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ। ଦେଶର ଲୋକଙ୍କୁ ୨ ବିଲିୟନରୁ ଅଧିକ ଡୋଜ ଟିକା ଦିଆଯାଇଥିଲା। କିନ୍ତୁ, ଗତ ଦେଢ଼ ବର୍ଷ ମଧ୍ୟରେ ଦେଶରେ ହୃଦଘାତ ହେତୁ ଯୁବକଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଟିକା ଏହାର କାରଣ କି ନୁହେଁ ସେନେଇ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଏହାର ଜବାବ ରଖିଛି।

ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିର ପୂଜାରୀ ହେବାକୁ ୩ ହଜାରରୁ ଅଧିକ ଆବେଦନ, ସାକ୍ଷାତକାର ପରେ ୨୦ ଜଣ ପ୍ରାର୍ଥୀଙ୍କୁ କରାଯିବ ମନୋନୀତ

ସୂଚନାଥାଊକି, ଆଇସିଏମ୍‌ଆର୍‌ ନିକଟରେ ଏକ ଅଧ୍ୟୟନ କରିଛି। ଏଥିରେ, କୋଭିଡ ଟିକା ଏବଂ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ସେ ପ୍ରଶ୍ନର ଉତ୍ତର ଖୋଜାଯାଇଛି? ଏହାର ଅଧ୍ୟୟନ ମାଧ୍ୟମରେ ଆଇସିଏମ୍‌ଆର କହିଛି ଯେ ଭାରତରେ କୋଭିଡ -୧୯ ଟିକା ଯୋଗୁଁ ଯୁବକମାନଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢ଼ି ନାହିଁ। ଏଥିରେ କୁହାଯାଇଛି ଯେ କୋଭିଡ -୧୯ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା, ପରିବାରରେ ହଠାତ୍ ମୃତ୍ୟୁ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହଠାତ୍ ମୃତ୍ୟୁ ହେବାର ସମ୍ଭାବନା ବଢ଼ାଇ ଦେଇଛି।

ଆଇସିଏମ୍‌ଆର ଅଧ୍ୟୟନରେ ଦର୍ଶାଯାଇଛି ଯେ ଟିକା ଯୋଗୁଁ ଆକସ୍ମିକ ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ, ଯଦି କେହି ଟୀକାକରଣର ଅତି କମରେ ଗୋଟିଏ ଡୋଜ ନେଇଛନ୍ତି, ତେବେ କରୋନାଭାଇରସ୍ କାରଣରୁ ମୃତ୍ୟୁ ହେବାର ଆଶଙ୍କା କମିଯାଏ। ଅଧ୍ୟୟନରେ କୁହାଯାଇଛି ଯେ, କୋଭିଡ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଇତିହାସ, ଆକସ୍ମିକ ମୃତ୍ୟୁର ପାରିବାରିକ ଇତିହାସ, ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ମଦ୍ୟପାନ କରିବା, ଡ୍ରଗ୍ସ ସେବନ କିମ୍ବା ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଜୋରଦାର ବ୍ୟାୟାମ କରିବା ହେଉଛି କେତେକ ପ୍ରମୁଖ କାରଣ। ଯଦ୍ଦ୍ବାରା ହଠାତ୍ ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଏ।

ପଢ଼ନ୍ତୁ: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ପସନ୍ଦ-ନାପସନ୍ଦ ନୀତି ଠିକ୍‌ ନୁହେଁ

ଏହି ଅଧ୍ୟୟନ ଆଇସିଏମ୍‌ଆର୍‌ ଦ୍ବରା ୧ ଅକ୍ଟୋବର ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ଦେଶର ୪୭ ଟି ଡାକ୍ତରଖାନା ଅନ୍ତର୍ଭୁକ୍ତ ଥିଲା। ୧୮ ରୁ ୪୫ ବର୍ଷ ବୟସର ବ୍ୟକ୍ତି, ଯେଉଁମାନେ ସ୍ପଷ୍ଟ ରୁପେ ସୁସ୍ଥ ଥିଲେ, ସେମାନଙ୍କୁ ଏହି ଅଧ୍ୟୟନ ପାଇଁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେହି ବି କୌଣସି ପୁରୁଣା ରୋଗରେ ଆକ୍ରାନ୍ତ ନଥିଲେ। ଏହି ଗବେଷଣାରୁ ଜଣାଯାଇଛି ଯେ, ଟୀକାକରଣର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ବହୁତ କମ୍ ଥିଲା।

You can also read: 

୧୦ ଦିନ ଧରି ଟନେଲ୍‌ରେ ଫସିଥିବା ୪୧ ଶ୍ରମିକଙ୍କ ଚିତ୍ର ଦେଖାଇଲା ସିସିଟିଭି; ପହଞ୍ଚିଲା ଭର୍ଟିକାଲ୍‌ ଡ୍ରିଲିଂ ମେସିନ୍‌


 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.