ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଲଟିଲା ଗୋରୁ ଚାଲାଣ ଗାଡ଼ି; ୨୨ ଗୋରୁ ଜବତ, ୮ ମୃତ

ବାଙ୍କୀ, ୧।୩ : ବେଗୁନିଆ ଅଞ୍ଚଳରୁ ସମ୍ବଲପୁର ଗୋ ଚାଲାଣ ବେଳେ ଓଲଟିଲା ଗାଡ଼ି । ବାଙ୍କୀ ବୈଦେଶ୍ଵର ପୋଲିସ ଗୋରୁ ବାଝେଇ ଗାଡ଼ିକୁ ଅଟକାଇବା ବେଳେ ଗୋରୁ ବୋଝେଇ ଗାଡ଼ି ଓଲଟି ରାସ୍ତା ତଳକୁ ଖସିପଡ଼ିଥିଲା । ଗାଡ଼ିରେ ମୋଟ୍ ୨୨ଟି ଗୋରୁଥିବାବେଳେ ୮ଟି ଗୋରୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । 

ଅନ୍ୟ ଗୋରୁ ନିକଟସ୍ଥ ବୈଦେଶ୍ଵର ପଶୁ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଗୋରୁ ବୋଝେଇ ଗାଡ଼ି ଚଢ଼ାଉ ବେଳେ ଦୁର୍ଘଟଣା ଘଟାଇ ଡ୍ରାଇଭର ଓ ହେଲ୍ପର ଦୌଡ଼ି ପଳାଇଯାଉ ଥିବାବେଳେ ସେମାନଙ୍କୁ ଧରିବାକୁ ବୈଦେଶ୍ୱର ପୋଲିସ ଗୋଡ଼ାଇବା ସମୟରେ ଥାନା ଆଇଆଇସି ପ୍ରିୟଦର୍ଶନ ସେଠୀ ଓ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଫଳରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଡ୍ରାଇଭର ଓ ହେଲ୍ପର । 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.