ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଶ୍ବକପ୍ ଫାଇନାଲ : ଷ୍ଟାଡିୟମରେ ଲାଗିବ ଭିଆଇପିଙ୍କ ମେଳା, ୧୦୦ରୁ ଅଧିକ ଓହ୍ଲାଇବ ଚାର୍ଟର ପ୍ଲେନ୍

ନୂଆଦିଲ୍ଲୀ,୧୯/୧୧ : ସୁପରସଣ୍ଡେରେ ହାଇଭୋଲଟେଜ ମ୍ୟାଚ୍ । ଏହାକୁ ଦେଖିବାକୁ ପଡ଼ିଆରେ ଲାଗିବ ଭିଆଇପିଙ୍କ ମେଳା । ଆଜି ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ୍ । ଏହା ପୂର୍ବରୁ ଅହମ୍ମଦାବାଦରେ କ୍ରିକେଟ ଫ୍ୟାନ୍ସଙ୍କ ଖଚାଖଚ ଭିଡ଼ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 

ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ ମୁକାବିଲାକୁ ନେଇ ଅହମ୍ମଦାବାଦରେ ଖୁବ ଜୋରରେ ପ୍ରସ୍ତୁତି କରାଯାଉଛି । କେତେକ ଭିଆଇପି କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ ପହଞ୍ଚିବେ। ଷ୍ଟାଡିୟମ ବାହାରେ ଏବେଠାରୁ ଫ୍ୟାନ୍ସମାନେ ପହଞ୍ଚିବାରେ ଲାଗିଛନ୍ତି । 

ଏହି ମ୍ୟାଚକୁ ଦେଖିବା ଲାଗି ପିଏମ୍ ନରେନ୍ଦ୍ର ମୋଦି, ଅଷ୍ଟେ୍ରଲିଆର ପିଏମ୍ ଏନ୍ଥନୀ ଅଲ୍ବନୀଜ ପଡ଼ିଆରେ ପହଞ୍ଚିବେ । ଏହା ବ୍ୟତୀତ ଅଷ୍ଟେ୍ରଲିଆ ଡେପୁଟି ପିଏମ୍ ରିଚର୍ଡ଼ ମାର୍ଲ୍ସ ବି ଫାଇନାଲ ମ୍ୟାଚ ଦେଖିବାକୁ ପହଞ୍ଚିବେ । ଭିଆଇପି ମ୍ୟାଚ ଦେଖିବାକୁ ପହଞ୍ଚିବାରୁ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜୁରାଟର ସିଏମ୍ ଭୁପେନ୍ଦ୍ର ପଟେଲ ବି ଅହମ୍ମଦାବାଦର କ୍ରିକେଟ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ । ସିଏମ୍ ଭୁପେନ୍ଦ୍ର ପଟେଲ ନିଜ ଅଧିକାରୀଙ୍କଠାରୁ ସୁରକ୍ଷା ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । 

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ୧ଲକ୍ଷ ଲୋକ ପହଞ୍ଚିବାକୁ ଆଶା ରହିଛି । ଏହାକୁ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିଭଳି ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଆସୁଥିବା ଫ୍ଲାଇଟର ଦାମ୍ ବି ବହୁଗୁଣା ହୋଇଯାଇଛି । 

ବିସିସିଆଇର ସୂଚନା ମୁତାବକ ଆଜି ସଙ୍ଗୀତ ନିର୍ଦେଶକ ପ୍ରୀତମ ଚକ୍ରବତୀ, ଜୋଗିତା ଗାନ୍ଧୀ, ନକାଶ ଅଜୀଜ, ଅକାଶା ସିଂହ ଏବଂ ତୁଷାର ଜୋଶୀ ପରଫର୍ମାନ୍ସ କରିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ଦିନରେ ଅହମ୍ମଦାବାଦରେ ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ୧୦୦ଚାର୍ଟର ପ୍ଲେନର ଲ୍ୟାଣ୍ଡିଂ ହେବ । ଏହି ପ୍ଲେନରେ ସବୁ ଭିଆଇପି ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍ ଦେଖିବା ଲାଗି ମୋଟେରା ଷ୍ଟାଡିୟମରେ ପହଞ୍ଚିବେ । 

ଫାଇନାଲ ମ୍ୟାଚ୍ ପାଇଁ ହୋଟେଲର ଭଡ଼ା ବି ଖୁବ୍ ବଢିଯାଇଛି । ରିପୋର୍ଟ ଅନୁଯାୟୀ ପ୍ରଥମରୁ ଏଠାକାର ହୋଟେଲରେ ରହିବାକୁ ଭଡ଼ା ୨୪ହଜାର ଟଙ୍କା ଥିଲା । ଫାଇନାଲ ମ୍ୟାଚ କାରଣରୁ ଏବେ ଭଡ଼ା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ଏହି ମ୍ୟାଚକୁ ଦେଖିବାକୁ କେଏଲ ରାହୁଲଙ୍କ ସ୍ତ୍ରୀ ଅଥିୟା ସେଟ୍ଟୀ, ସାରା ତେନ୍ଦୁଲକର ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ପହଞ୍ଚିବେ । 

 

Copyright © 2022 - Summa Real Media Private Limited. All Rights Reserved.